ନ ରୁ ଆରମ୍ଭ ନ ରେ ଶେଷ
ଯିଏ ଦେଖେ ସାରା ଦୁନିଆଁ ଦୃଶ୍ୟ
ଦୃଶ୍ୟ ସହ ଶିଖେ ଦେଶ ଓ ଯଶ
ସିଏ ପରା ତାରା ଆକାଶ ସାରା ସ୍ପର୍ଶ
ମୁଜିଦେଲେ କେବେ ନିଦ
କେବେ ସ୍ବପ୍ନ ଜନାଦେଶ
ପଢେ ପୁସ୍ତକ ଅହର୍ନିଶ
ପୁଲକେ ଗୋଲକେ ହସି ହସ
କଥା କହେ ଆଖି
ଲୁହ ଢାଳେ ସଖି
ଆଖି ତ ଆଖିର ସାକ୍ଷୀ
ସେ ତ ଯୁଗ ଯୁଗର ହର୍ଷ
ଭାବ କୁ ନିକଟ ଅଭାବକୁ ଦୂର
ନୟନ ଅଟେ ସର୍ବସ୍ବ
ଅନ୍ଧ ଚଳିବାକୁ ବାଟ
ସାଥି କରେ ଛୋଟାକୁ
ଚଳେଇ ନେବାକୁ ଘାଟ
ଛୁଟିଲେ ଘଟ ଆଖି ଦାନ ପୁଣ୍ୟ
କର ଏ ନୟନ ଦାନ ଅବଶ୍ୟ
ହେବ ମହାପୂଣ୍ୟ
ଆଉ କେ ଦେଖିବ ଦୁନିଆଁ
ମଣିବ ଧନ୍ୟ ହୋଇବ ପୁଣ୍ୟ
ଧନ୍ୟ ହୋଇବ ଜୀବନ ଧନ
ନଥିବ ପାପ ଅଶେଷ
ନୟନ ଉଠାଏ ଫଟୋ ବିଶ୍ୱ
ଲେଖି ପଢି ଶିଖି ଦେଖି କହି
ହୁଏନା କେବେ ବିମର୍ଷ
ନୟନ ପିତୁଳା ଦୁଇ ଭାଗଶେଷ
ଜୀବନ ଗଣିତ ହୁଏ ତାଙ୍କଠି ଶେଷ