ଲିପାପୋଛା ସଫାସୁତର
ମାଟି ଘର ଲିପା ହାତ ମାଆର
ମାଟି ରଙ୍ଗେ ବୋଲି ସ୍ନେହ ଶ୍ରଦ୍ଧା
କରିବାକୁ ପୁନେଇଁ ପରବ ଶ୍ରାଦ୍ଧ
ମାଆ ଲିପୁଥାଏ ଛାଟି ଛୁଟି ଚିତା
ଅଙ୍କା ବଙ୍କା ହାତର ସୋଦୁଅ ବଟା
ମାଆ ହାତରେ କି ଅମୃତ ଥାଏ
ଲିପାରୁ ବାରି ହୋଇଯାଏ
ଏହା ମୋ ମାଆ ଝୋଟି ସୁନ୍ଦର ତାଟି
ପିଠା ଗଇଁଠା ଵି ଭାରି ମିଠା
ମାଟି ଘର ଶୀତଳତା ଭରା
ଧରାର ଅସରା ପସରା
ଆପଣା ପଣରେ ଭରା ଭରା
ଭଅଁର ଉଡ଼େ ମାଟିଘରେ
ମାଟି ଗୁଳା ରଖି ଗଢେ
ଯେତେବେଳେ ମୁଁ ପଢେ
ଦେଖେ ମାଆ ଦିଏ ସଞ୍ଜ ସଳିତା
ମାଟି ଘର ସ୍ବର୍ଗପୁର ହୁଏ
ମାଆ ପକାଏ ଝୋଟି ମୁରୁଜ ଚିତା
ମାଟିଘର ମହାନତା ସ୍ୱର୍ଗ ବିଭୂଷିତା