ଫେରିଆସ ଗୋପବନ୍ଧୁ ଦାସ
,,,,,,,,,,,,,,,,,,,,,,,,,,,,,,,,,,,,,,,,,,,
ଅନ୍ୟର ଦୁଃଖରେ ସମଭାଗୀ ହୋଇ
ଦରିଦ୍ରନାରାୟଣଙ୍କ ସେବାରେ ଥାଇ
ଉଣେଇଶ ସତସ୍ତରୀ ମସିହାରେ ଜନ୍ମ
ସୁଆଣ୍ଡୋ ଗ୍ରାମେ ଗୋପବନ୍ଧୁ ଦାସ
ମାତା ସ୍ଵର୍ଣ୍ଣମୟୀ ପିତ ଦୈତାରୀ ଦାସ
ଓଡ଼ିଶାର ସାମୁହିକ ବିକାଶ ପାଇଁ
ଗୋପବନ୍ଧୁଙ୍କ ତ୍ୟାଗ ଓସେବା ଭାବପାଇଁ
ପ୍ରଫୁଲ୍ଲ ଚନ୍ଦ୍ର ରାୟ ବୈଜ୍ଞାନିକ ତଥା ଶିକ୍ଷାବିତ
ଗୋପବନ୍ଧୁଙ୍କୁ ଉତ୍କଳମଣି ଉପାଧି ଥିଲେ ଦେଇ
ଗୋପବନ୍ଧୁ ଲେଖିଥିଲେ ବନ୍ଦୀର ଆତ୍ମକଥାରେ
ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲି ଯାଆନ୍ତୁ ପିଠିରେ
ଦେଶର ସ୍ୱରାଜ ପଥେ ଯେତେ ଗାଡ଼
ପୁରୁ ତହିଁ ପଡି ମୋର ମାଂସ ହାଡ଼
ଋଷି ପ୍ରତିମ ସନ୍ଥ ଗୋପବନ୍ଧୁ
ଓଡିଶା ବନ୍ୟା ମରୁଡି ପରିସ୍ଥିତିର ଦେଶବନ୍ଧୁ
ବ୍ୟକ୍ତିଗତ ସୁଖ ସୁବିଧାକୁ ଜଳାଞ୍ଜଳି ଦେଇ
ଦେଶ ସେବା ହିତେ ବିପନ୍ନଙ୍କୁ ସେବା ଯୋଗାଇ
ଗାନ୍ଧିଜୀଙ୍କୁ କରିଥିଲେ ଓଡିଶା ଆମନ୍ତ୍ରଣ
ଗାନ୍ଧିଜୀ ପରିଚୟ ପାଇଥିଲେ ଗୋପବନ୍ଧୁଙ୍କର
ଦରିଦ୍ରଙ୍କ ପାଇଁ କାନ୍ଦେ ଗୋପବନ୍ଧୁଙ୍କ ପରାଣ
ଦେଶର ସ୍ଵରାଜ ପାଇଁ ସ୍ବଦେଶୀ ଆନ୍ଦୋଳନ
ବନ୍ଦୀର ଆତ୍ମକଥାରେ ଉଦବୋଧନ
ମହାନ ସେବକ ସ୍ୱାଧୀନତା ସଂଗ୍ରାମୀ
ସମାଜ ସଂସ୍କାରକ ଦୂରଦର୍ଶୀ ଦେଶପ୍ରେମୀ
ଅତୁଳନୀୟ ଆନ୍ଦୋଳନେ ଝାସ ଦେଇ
ମୁକ୍ତାକାଶ ବିଦ୍ୟାଳୟେ ପାଠ ପଢ଼େଇ
ଗୋପବନ୍ଧୁ ଦାସ ଅମର ରହେ
ଶୁଭୁଛି ପାଖରୁ ଦୂରରୁ ସ୍ଲୋଗାନ ଏହି