STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ମାଆଙ୍କ ପାଇଁ କାଶତଣ୍ଡୀ ଆସିଛିଧାଇଁ

ମାଆଙ୍କ ପାଇଁ କାଶତଣ୍ଡୀ ଆସିଛିଧାଇଁ

1 min
0


କାଶତଣ୍ଡୀ ହସେ ହସ 
ନିର୍ମଳ ସେ ହସରେ 
ଜଗତ ହୁଏ ବିବଶ 
ଜାଣି ମାଆ ଆଗମନ 
ବିଭୋର ମନ ଅବଶ୍ୟ 
ଶରତକୁ ଦେଇ ମହତ 
ମାଆ ଧରାରେ ପ୍ରକାଶ 
ଯୋଉଆଡେ ଦେଖ 
ଧବଳ ଫୁଲର ବିଶ୍ୱାସ 
ମାଆଙ୍କ ସ୍ୱାଗତ କରି କାଶତଣ୍ଡୀ 
ନେଉଛି ନିଶ୍ଵାସ ପ୍ରଶ୍ୱାସ 
ଘଣ୍ଟ ବାଜିବ ମୃଦଙ୍ଗ ଫିଟିବ 
କାଶତଣ୍ଡୀ ମନେ ଅଣଚାଷ 
ମାଆ ଦୁର୍ଗା ଦୁର୍ଗତିନାଶିନୀ 
ମହିଷାମର୍ଦ୍ଦିନୀ ଆସିଲେ 
ଧରା ପାଇ ଉଶ୍ୱାସ 
ପୂଜା ପାର୍ବଣ ଋତୁମୟୀ ରାଜ୍ୟ 
ଓଡିଶା ପୁର ପଲ୍ଲୀରେ 
ମାଆ ଆଗମନୀ ଉଲ୍ଲାସ 
କାଶତଣ୍ଡୀ ମୁଗ୍ଧରେ ହସୁଥାଏ ହସ 
ସେ ହସରେ କିବା ରହସ୍ୟ 
କେବଳ ଆନନ୍ଦ ଉଲ୍ଲାସ ପରିପ୍ରକାଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics