କବିବର ରାଧାନାଥ ରାଏ
ତୁମକୁ ଖୋଜିଲେ କବି
ଲାଳିତ୍ୟ ମାଧୁର୍ଯ୍ୟ ଭିତରେ
ଚିଲିକା କାବ୍ୟରେ ପାଏ
ନୈଶର୍ଗିକ ତୁମ ଭାବନା ଭିତରେ
ଆଜିର କବି ଖୋଜୁଥାଏ
ଉପମା ଅଳଙ୍କାର ଭାବାର୍ଥ
ଯୁଗ ଯୁଗରୁ ଆଜିଯାଏଁ
ଚିଲିକା କାବ୍ୟରେ ମା କାଳିଜାଇ
ଦେବୀ ହୋଇଗଲେ ବାତ୍ୟା ରେ
ଯେବେ ବାପା ସଙ୍ଗେ ଶାଶୁଘର ଯାଇ
ଜାଇ ନାମ ସାଥେ କାଳି ବସି
ଦେବୀ ଗଲେ ହୋଇ ମା ମହାମାୟୀ
ବିଚିତ୍ର ବୈଚିତ୍ର୍ୟ କୃପା ପାଇ
ଧନ୍ୟ ତୁ ଚିଲିକା ଗଲୁ କାବ୍ୟ ହୋଇ
ତୋ କୋଳେ ଡ଼ଲଫିନ, ପକ୍ଷୀ
ଗଲେ ସବୁ ସୌନ୍ଦର୍ଯ୍ୟ ବିଷୟବସ୍ତୁ ହୋଇ
ଯେତେ ଦେଖୁଥିଲେ ପିପାସା ବଢ଼ଇ
ଅଠରଶହ ଅଠଚାଳିଶ ଜନ୍ମିତ
ରାଧାନାଥ ଥିଲେ ଦୁଇଭାଇ
ଭୁଦେବ ସୁଖୋପାଧ୍ୟାୟ ପଣ୍ଡିତଙ୍କ
ପ୍ରେରଣା ପାଇ
ଓଡ଼ିଆ ଭାଷାରେ କାବ୍ୟ ଲେଖିଲେ
ହୋଇଗଲେ କାଳଜୟୀ
କେଦାରଗୌରୀ ପ୍ରଥମ କାବ୍ୟ
ଅଠରଶହ ପଞ୍ଚାଅଶୀର ପ୍ରକାଶିତ ହୋଇ
ଶିବ ପାର୍ବତୀଙ୍କ ପୂଜା କାବ୍ୟ ଏହି
ଅଠରଶହ ଛୟାଅଶୀ ରେ ପ୍ରକାଶିତ ଚନ୍ଦ୍ରଭାଗା
ଆପୋଲୋ ଦାଫନୀ କାହାଣୀ
ପ୍ରତିଫଳିତ ଥାଇ
ନନ୍ଦିକେଶରୀ କାବ୍ୟଟି ଅଠରଶହ
ସତାଅଶୀରେ ପ୍ରକାଶିତ ପାଇ
ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ
ମହାକାବ୍ୟ,ମହାଯାତ୍ରା ସାତଗୋଟି
ସର୍ଗ ଥାଇ ଉତ୍କଳ ପ୍ରଭା ପତ୍ରିକାରେ
ପ୍ରକାଶିତ ହୋଇ, ଅମିତ୍ରାକ୍ଷର ଛନ୍ଦେ ରହି
ଅଠରଶହ ଛୟାନବେରେ ପୁସ୍ତକ ଗଲା ହୋଇ
ତା ପୂର୍ବରୁ ପାର୍ବତୀ ଅଠରଶହ ନବେ
ଚିଲିକା ଅଠରଶହ ଏକାନବେ
କିଚକବଦ୍ଧ, ଇନ୍ଦୁମତୀ, ଵିଵେକୀ
ଯାଜାତିକେଶରୀ, ଉତ୍କଳ ଲଷ୍ମୀ
ଯା'ର ତୁଳନା ନଥାଇ.