କଞ୍ଚା ମାଟି ଏଇ ମଣିଷ ମନ
ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଘେନ
ମାଆ ଶିଖାଏ କଥା ଉତ୍ତରଣ
ବାପାଙ୍କ ଆଚ୍ଚରଣ ଉଚ୍ଚାରଣ
ଯୁଆଡେ ଯାଉଛୁ ଯା ବାଇମନ
କଥାର ନଥାକୁ ଘେନ ଧନ
କେବେ ବାଇଆ ବସା ର ଆଶା
କେବେ କାମନା ଶୋଷ ପିପାଶା
କେବେ ଅରଣା କେବେ ବାଟମାରଣା
ମନେରଖି ଭଜ ଶ୍ୟାମଘନ
କଞ୍ଚାମାଟି ମନ ଧରିବ ସଦନ
ଚିହ୍ନିବ ପିତା ମାତା ତୋଷି ଜନମନ
ପିତା ମାତା ଅଟନ୍ତି ଗୁରୁଜନ
ପ୍ରକୃତି ଶିକ୍ଷାସଦନ ଭୁବନ
ବଂଶୀ ଶିଖାଏ ଡାକ ମୋହନ ମୋହନ
ଦେଖ ଚକାନୟନ
ଫେଡ଼ି ଆନ ନୟନ
ଅବା ଏଣି ନୟନ
ହେଉ ମୀନ ନୟନ
ତୁମ ମନ ଥାଉ ବୃନ୍ଦାବନ
ଏଠି କଞ୍ଚାମାଟି ମନ
ଶୁଖି ଐଶ୍ଵର୍ଗିକ ମନଧନ
ମୁଠେ ମାଟିର ପିଣ୍ଡଦାନ
ଶୁନ୍ୟ ଜୀବନରେ ମନ ହିଁ ପୁଣ୍ୟ