ତୁ ଗଙ୍ଗା ପରି ପବିତ୍ର
ମୁଁ ଅସତ୍ୟ ମାତ୍ର
ତୁ ଗୋଦାବରୀ ପରି ଶାଶ୍ୱତ
ମୁଁ ବୋଧେ ଅପବିତ୍ର
ତୁ କାବେରୀ ପରି ନିଶ୍ଚିନ୍ତ
ମୁଁ ଲେଖିବି ଭାବିନେଇଛି ଅନନ୍ତ
ଆକାଶ ରୁ ସମୁଦ୍ର ପରିବ୍ୟାପ୍ତ
ତୁ ସତେ ନଈଟିଏ
ଯୋଉଠି ପାହାଡ଼ ପରି ମୁଁ ବିଚିତ୍ର
ତୋ ଶୀତଳ ସ୍ପର୍ଶ ମତେ କରେ ଉଜ୍ଜୀବିତ
ମୁଁ ଆପଣାର ବୋଲି କହିପାରୁନି
ଦୂରରୁ ଦେଖି ଭାବି ପଢି ଲେଖିବି ସତ
ସେ ସତ ବୋଧେ ଜଣାଣ ପରି
ପିଲାଦିନେ ପଢିଥିବା ଗୀତ
ସତ କହିବାକୁ କିଆଁ ଡରିବି
ସତ କହି ପଛେ ମଲେ ମରିବି
ତୋ ନାଁରେ ଲେଖି ପଢି ଶୁଣିଵି
ଆଉ ଯୋଉ ଶବ୍ଦତୀର୍ଥ
ଶିଖାଏ ସତ୍ୟ ତାହା ବୋଧହୁଏ
ଗୀତା ନହେଲେ ଭାଗବତ
ସତ୍ୟ ଚିନ୍ତନ କରୁଥିଲେ ତଥାଗତ
ସେପାଇଁ ଯଶୋଧାରାଙ୍କୁ କହିଥିଲେ
ବୁଦ୍ଧମ ଶରଣମ ଗଛାମୀ ଯତିପାତ
ଯିଏ ଜାଣିଛି ଶୁଣିଛି ପଢିଛି ପିଇଛି
ନିଶ୍ଚୟ ଲାଗିଛି ଅମୃତ
ତୋ ନାଁରେ ଲେଖିବି ନିଶ୍ଚିନ୍ତ
ପଦେ ଅଧେ ଭାଗବତ
ସତ୍ୟ ଶିବଂ ସୁନ୍ଦର ଅତ୍ୟନ୍ତ
କଣ ଲେଖିବି ଭାବୁଛି ଅଳ୍ପ ବହୁତ