ଜହ୍ନ ଆସେ ପ୍ରତିଦିନ
କୁଆଡେ ଯାଏ ସେ ପନ୍ଦରଦିନ
ନିଶ୍ଚୟ ବୃନ୍ଦାବନ
ଯୋଉଠି କଳା କହ୍ନେଇ
ବିସ୍ତାରି ପ୍ରସାରି ଆଭାରୀ ହୋଇ
ଅଛନ୍ତି ରହି
ଅମାବାସ୍ୟା କିଏ କହି
କାଳଜହ୍ନ ସଙ୍ଗେ ଜହ୍ନ ହୁଏ କଳାଗୋସେଇଁ
ସେଇ ଦିନ ସବୁ ଅନ୍ଧାର ପକ୍ଷ ବୋଲାଇ
ଲୁଚିଯାଏ ତାରା ଅନ୍ଧାର ଆକାଶ ସାରା
ଜହ୍ନର ଦେଖା ଦର୍ଶନ ନାହିଁ
ନୀଳକଇଁ ସଙ୍ଗେ ସଳଖି ନାବ ମଙ୍ଗେ
ଥିବ ଗୁପତ ପ୍ରେମର ମଜ୍ଜା ନେଇ
ଜହ୍ନ କିନ୍ତୁ ଛନ ଛନ
ଉଚ୍ଚନ୍ନ ଆଚ୍ଛନ୍ନ ମନ
ଲୋକେ କହିବାକୁ ଖାତିର ନାହିଁ
ଦୁଇପକ୍ଷେ ଏକମାସ ହୁଏ ସେ ଜାଣଇ
ମନ ଯାର ନାହିଁ ସେ କାଁହୁଁ ବୁଝିବ
ଅପର ମନର ଡହଳ ବିକଳ ଛାଇ