ଶରତ ଆକାଶ ନିର୍ମଳ ଶୋଭା
ଆସିବେ ମାଆ ଦୁର୍ଗା
ମରତେ ଆସି ଶରତ କାଶତଣ୍ଡୀ
ଫୁଲେ ବଡ଼ ମନଲୋଭା
ମାଆ ଦୁର୍ଗା ନାଶି ଅରୀ ଓ ଅଇରୀ
ପ୍ରକାଶିବେ ଦିବ୍ୟ ଆଭା
କାଶତଣ୍ଡୀ ହସେ ଏଠି ସେଠି ସବୁଠି
ସତେକି ଧବଳ ପ୍ରଭା
ମାଆଙ୍କୁ ସ୍ୱାଗତ କରିବା ଏମିତି
ମନ ମୁନ ଚୈତନ୍ୟ ଲୋଭା
ତୁମେ ମହିଷାମର୍ଦ୍ଦିନୀ ଜଗତଜନନୀ
ଫିଟି ପଡେ ତଵ ଗଭା
କୋଉ ଫୁଲ ଅବା ପତରର ଭାଗ୍ୟ
ଲେଖିବ ଭାଗ୍ୟ ଆଭା
ସେ ଭାଗ୍ୟ ନେଇ କାଶତଣ୍ଡୀ ଆସେ
ନଈପଠା ବଡ଼ ଶୋଭା
ସିଂହବାହିନୀ ମାଆ କାତ୍ୟାୟିନୀ
ସତେ ଏଡ଼େ ମନଲୋଭା
ରହିଯାଅ ମାଆ ଧରାରେ ସବୁଦିନ
ସିନ୍ଦୁର ଚନ୍ଦନ ଅଲିଭା
ଜାଗ ଗୋ ଜନନୀ ପୁଷ୍ପ ସମ୍ଭାରିଣୀ
ଅନନ୍ୟା ଦେବୀ ତଵ ପ୍ରତିଭା
ବିକଶିତ ହୁଅ ପ୍ରକାଶି କରୁଣା ମହିମା
ଯଜ୍ଞ ଯାଜ୍ଞ ଜାଜ୍ଞସେନୀ ଜବା