ନୂଆ ଘର ଭଡାରେ ଥିଲେ ମାଆ ଓ ପୁଅ. ପୁଅଟି ଦଶମ ଶ୍ରେଣୀର ଛାତ୍ର ପୁଣି ଆମ ସ୍ୱାମୀ ସ୍ତ୍ରୀ ଦୁହିଁଙ୍କର କିନ୍ତୁ ନଥାଏ ଭୟ କି ଡର. ରହିବା ପରଠାରୁ ବାଥରୁମରେ ଥୁଆ ହୋଇଥିବା ୱାସିଙ୍ଗ ମେସିନରେ ସଫା ସଫି କରୁକରୁ ଖାଇଥିଲା ଇଲେକ୍ଟ୍ରି କରେଣ୍ଟ ତ ଦୁଇଟି ଶ୍ରମିକ ଡକାଇ ୱାସିଙ୍ଗ ମେସିନଟିକୁ ସ୍ଥାନାନ୍ତରୀକରଣ ତଥା ସଜାଡ଼ିବାକୁ ଭଲ ଦୁଇ ପଇସା ଖର୍ଚ୍ଚ ହୋଇଯାଇଥିଲା. ତା ସହ ପୁଅଟିର ଉପଚାର ପାଇଁ ଅର୍ଥ ଓ ଶ୍ରମ ବଳ କିଛି.ମାଆ ମଧ୍ୟ ଲୁଚାଇ ଲୁଚାଇ ଇଣ୍ଡକ୍ସନରେ ରୋଷେଇ କରି ପୁଅ ନାମ ଦେଉଥିଲା. ସବୁ ପରେ ଵି ଆମର ଭଡା ଦେବାର ଥିଲା ତ ପୁଅଟି ଏତେବଡ ଛାତରେ ବଲ ଖେଳି ଅଗରମାତା ହେବା ସଙ୍ଗେ ସଙ୍ଗେ ରାତି ଆଠଟା ପୂର୍ବରୁ ଘରକୁ ଫେରିଆସିବାର ନିୟମ ମାନି ଚଳିବେ କହିଥିଲେ ଵି ଆସୁଥିଲା ନଅ ବାଜିବା ପରେ. ସ୍ୱାମୀ ଜଣଙ୍କ ଏବେ ଦୋଷ ଦେଉଥିଲେ ସ୍ତ୍ରୀଙ୍କୁ ଯେ ଘରଭଡା ଦେବା ସହଜ କଥା ନୁହେଁ କି ନେଇଆଣି ଥୋଇବା ମଧ୍ୟ ଭାରି କଷ୍ଟପ୍ରଦ. ଯିଏ ଯାହା ସୁବିଧାରେ ଯାହା କରିବେ ତୁମେ କାହିଁକି ରଖୁଥିଲ ମୋ ଆସିବା ଯାଏଁ ଅପେକ୍ଷା ନକରି! ତ ସ୍ତ୍ରୀ ମନେ ପକାଉଥିଲେ ଆଗରୁ ଯିଏ ଆସିଲେ କିଏ ଖରା ଅଧିକା କହୁଥିଲା ତ କିଏ ବର୍ଷା ଅଧିକ କହୁଥିଲା. ପୁଣି କିଏ ତିନିଟା ହଜାର ଦେବାକୁ ପ୍ରସ୍ତୁତ ନହୋଇ ଆକ୍ଵାଗାର୍ଡ ମେସିନ ଅଛି କି ନାହିଁ ପଚାରୁଥିଲା. ଇଏ ଆଉ କଣ କି!ଆସୁ ଆସୁ ପରା ମୁଣ୍ଡରେ ଚାଳ ବାଜିବା ପରି ଜାଗା ବୁଝିଦିଅ କିଣିକି ଆମେ ନିଜର ଘର ଦୁଇବାଖରା କରି ଉଠିଯିବୁ କହିଲାଣି ବୋଲି ସ୍ୱାମୀ ଓଲଟା ଉତ୍ତର ରଖୁଥିଲେ.
ସବୁକଥାକୁ ଆଖି ମୁଜିଦେଇ ସ୍ତ୍ରୀ ଟି ନିଜ ଘର ରୋଷେଇର ତରକାରୀ, ଭଜା ଇତ୍ୟାଦି ସୌମ୍ୟ ଖାଇବ କହି ଉପର ଶିଡ଼ି ଚଢି ଦେଇଆସନ୍ତି. ସିଙ୍କରେ ପେଜ ଢାଳିବନି କି କାମୋଡ଼ ରେ ଅଳିଆ ଭରିବନି କହିଲେ ସୌମ୍ୟ ବୋଉ ନଜାଣିଲା ପରି ହାଇ ମାରନ୍ତି.ଦଶ ଡିସିମାଇଲ ଜାଗାର ଅଧା ଛାତରେ ଥିବା ଘର ଭଡା ଦେଇ ଆଉ ବଳକା ପାଞ୍ଚ ଡିସିମାଇଲ ଜାଗାରେ ତୁଳସୀ ଚଉରାଟିଏ. ତୁଳସୀ ମୂଳେ ପାଣି ଓ ସୂର୍ଯ୍ୟପୂଜା ତଥା ଘର ଆଗରେ ଥିବା ବରଗଛକୁ ପୂଜା କରିବା ପାଇଁ ପ୍ରତିଦିନ ସକାଳୁ ତୁଳସୀ ମୂଳେ ସୂର୍ଯ୍ୟଙ୍କୁ ପାଣି ଦେବାକୁ ଯାଇ ସ୍ତ୍ରୀ ଦେଖିଲେ ତାଙ୍କ ହାତ ଲଗା ଆଲୋଭେରା ଗଛର ମୋଟା ମୋଟା ଡ଼ାଳ ସବୁ ଭାଙ୍ଗିଦେଇ ସୌମ୍ୟ କାଟି ନେଇଛି. ସେଥିରେ ଆସିଥିବା ଫୁଲ ମଉଳିବା ସହ ତା ପାଖରେ କିଛି ଔଷଧୀୟ ଗଛଗୁଡିକ ମଧ୍ୟ ଝାଉଁଳି ପଡିଛି. ସ୍ତ୍ରୀ ଲିପି ଭାବୁଥିଲେ କେତେ କଥା. ସୌମ୍ୟ ବୋଉ କହୁଥିଲେ ଗୁରୁମା ମୋ ପୁଅର ଫୋନ ଅଛି ପୁଣି ସ୍ମାର୍ଟ ଫୋନ ତଥାପି ସେ ଏ ଗଛରେ କାହିଁ ହାତ ମାରେ କେଜାଣି!କହୁ କହୁ ସୌମ୍ୟ ବୋଉ ଖରାରେ ଠିଆ ହୋଇ ଆଲୋଭେରା ଲଗେଇଥିବା ଚୁଟିକୁ ଖରା ଖୁଆଉଥିଲେ. ଲିପି ମଧ୍ୟ କାନ ମୋଡି ହୋଇ ଭାବୁଥିଲେ ନିଜର ସ୍ମାର୍ଟ ଫୋନ ଥାଉ ଥାଉ ଘରଭଡା ଦେବା ତାଙ୍କ ପକ୍ଷେ ଅନୁଚିତ ଥିଲା. ଘରେ ଭଡା ରହିବା ଲୋକ ଅନ୍ୟମାନଙ୍କ ପାଇଁ ଗୋଟେ ପ୍ରକାର ହେଲେ ଘରମାଲିକ ପାଇଁ ଅନ୍ୟରକମ ଜାଣୁ ଜାଣୁ ଲିପି ଭୁଲ କରିଛନ୍ତି.ଗୋଟେ ଗଛ ଲଗେଇ ତାକୁ ଉତ୍ତାରିବାର କଷ୍ଟ ଅନୁଭବ କରି ସ୍ୱାମୀଙ୍କ ସଙ୍ଗେ ପରାମର୍ଶ କରୁଥିଲେ କେମିତି ଏ ନୂଆ ଭଡାଟିଆଙ୍କୁ କାଢିବା କହିଲ! ତ ସେ ଓଲଟି କହୁଥିଲେ ଆଲୋଭେରା ଗଛ ଲଗାଇ ଯଦି ଅନ୍ୟର ଉପକାର କଲ ତେବେ ଖୁସି ହୋଇ ସ୍ମାର୍ଟ ଫୋନରେ ବିଭିର୍ନ୍ନ ଆପ ଦେଖିନିଅ ସବୁ ଠିକ ହୋଇଯିବ.