STORYMIRROR

Sunanda Mohanty

Children Stories Classics Thriller

4  

Sunanda Mohanty

Children Stories Classics Thriller

ଭୋଦୁଆ ରବିବାର

ଭୋଦୁଆ ରବିବାର

1 min
11

ଭାଦ୍ରବ ମାସର ପ୍ରତିରବିବାର
ଝିଅ ବୋହୁ ମିଳି ଦେଇ ହୁଳହୁଳି 
ପୂଜା କରନ୍ତି ମଙ୍ଗଳା ସାର 
ଭୋଦୁଅ ସଞ୍ଜର ପ୍ରତି ରବିବାର 
ପଡେ ହୁଳହୁଳି ସ୍ୱର 
ମଙ୍ଗଳା ସୁମରି ଖୁଦୁରଙ୍କୁଣୀ ଦୁଲାଳି 
ଓଷା କରନ୍ତି ଶୁଭ ହେବ ପରିବାର 
ମୋ ଭାଇ ମୁଣ୍ଡରେ ସୁନାମୁକୁଟ 
ଢାଳିଦେଉ ହାତୀ ସାର 
ମୋ ବାପା କରନ୍ତୁ ମୋ ସୁନାକୁଲେଇ 
ଜୀବନେ ଆୟୁଷ ଥାଉ ପିତାମାତାଙ୍କର 
ଝିଅ ଅଟେ ସୁକୁମାରୀ ପରିବାର ରକ୍ଷାକାରୀ 
ମଙ୍ଗଳା ଉପାସ କରି ଭାଦ୍ରବ ରବିବାର 
ମନାସେ ମାଆ ଲୋ ଦେ ମତେ 
ସବୁଠୁ ସୁନ୍ଦର ବର 
ମନ ଚିହ୍ନୁ ଧନ ନଥାଉ ହାତେ 
ମାନ ରଖି ହେଉ ମୋ ସୌଦାଗର 
ମାଆ ମଙ୍ଗଳା ସୁମରି ଭୋଗଡାଲା ଧରି 
ପୁଜେ ବାଳି ଦେଇ କରତାଳି 
ହୁଳହୁଳି ବରାବର
ଅଛି ଘରମଣି ସତ ତଅପୋଇ ଖାଏ ଭାତ 
ପିନ୍ଧି ସୁନା ଅଳଙ୍କାର 
ଭାଉଜଙ୍କ ଦାଉ ଚୁଲିକୁ ଯାଉ 
ଲୋକହସା ହେବା ସାର 
ବାପା ଭାଇ ମାତା ଭାଉଜ ବନିତା 
ସାହା ହୁଅନ୍ତୁ ତଅପୋଇମାନଙ୍କର
ଭାଇ ଓ ଭଉଣୀ ନିଆରା କାହାଣୀ 
ରାକ୍ଷୀରେ ଲାଗଇ ପର 
ଭଦ୍ରବେ ଭୋଦୁଆ ଭାର ନେଇ ଭାଇ 
ଯିବ ପା ଭଉଣୀର ଶାଶୁଘର 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍