STORYMIRROR

Sunanda Mohanty

Action Classics Inspirational

4  

Sunanda Mohanty

Action Classics Inspirational

ତଅପୋଇ 

ତଅପୋଇ 

1 min
3


ଭୋଦୁଅ ସଞ୍ଜର ପ୍ରତି ରବିବାର 
ପଡେ ହୁଳହୁଳି ସ୍ୱର 
ମଙ୍ଗଳା ସୁମରି ଖୁଦୁରଙ୍କୁଣୀ ଦୁଲାଳି 
ଓଷା କରନ୍ତି ଶୁଭ ହେବ ପରିବାର 
ମୋ ଭାଇ ମୁଣ୍ଡରେ ସୁନାମୁକୁଟ 
ଢାଳିଦେଉ ହାତୀ ସାର 
ମୋ ବାପା କରନ୍ତୁ ମୋ ସୁନାକୁଲେଇ 
ଜୀବନେ ଆୟୁଷ ଥାଉ ପିତାମାତାଙ୍କର 
ଝିଅ ଅଟେ ସୁକୁମାରୀ ପରିବାର ରକ୍ଷାକାରୀ 
ମଙ୍ଗଳା ଉପାସ କରି ଭାଦ୍ରବ ରବିବାର 
ମନାସେ ମାଆ ଲୋ ଦେ ମତେ 
ସବୁଠୁ ସୁନ୍ଦର ବର 
ମନ ଚିହ୍ନୁ ଧନ ନଥାଉ ହାତେ 
ମାନ ରଖି ହେଉ ମୋ ସୌଦାଗର 
ମାଆ ମଙ୍ଗଳା ସୁମରି ଭୋଗଡାଲା ଧରି 
ପୁଜେ ବାଳି ଦେଇ କରତାଳି 
ହୁଳହୁଳି ବରାବର
ଅଛି ଘରମଣି ସତ ତଅପୋଇ ଖାଏ ଭାତ 
ପିନ୍ଧି ସୁନା ଅଳଙ୍କାର 
ଭାଉଜଙ୍କ ଦାଉ ଚୁଲିକୁ ଯାଉ 
ଲୋକହସା ହେବା ସାର 
ବାପା ଭାଇ ମାତା ଭାଉଜ ବନିତା 
ସାହା ହୁଅନ୍ତୁ ତଅପୋଇମାନଙ୍କର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action