ଫଗୁଣର ଫୁଲ ଲାଗେ ଭାରି ଭଲ
ଖସିପଡ଼େ ଯେମିତି ଆକାଶୁ ତାରାଫୁଲ
କାଶତଣ୍ଡୀ ଫୁଲ, ହଲି ହଲି ହୁଏ ଗେଲ
ସେ କି ଜାଣେ ଯେତେ ଫୁଲ ନୁହେଁ ତା ତୁଲ
ଭାଦ୍ରବ ଭୋଦୁଆ ଆକାଶେ କାଶତଣ୍ଡୀ ମୂଲ୍ୟ
କେଡେ ସୁନ୍ଦର ଗେଣ୍ଡୁ ଲଷ୍ମୀମାଆ ପ୍ରିୟ
କଇଁ ମନ୍ଦାର ମଙ୍ଗଳାମାଆ ପିନ୍ଧେ ନିଶ୍ଚୟ
ଗୁରୁଦିବସେ ରଜନୀ ଗନ୍ଧା ବାସେ
ଗଣେଷ ଚତୁର୍ଥୀରେ ସବୁ ଫୁଲ ହସେ
ବିଶ୍ୱକର୍ମା ପୂଜାରେ ନୀଳକଇଁ ସ୍ଥାନ
ବାସିଲା ଖାଲି କସ୍ତୁରୀ ଅଗରୁ ଚନ୍ଦନ
କାଶତଣ୍ଡୀ ହସ ସତେ ମୋନାଲିସା
ବୁଝିବା ଓ ବୁଝେଇବା ଆଶା ଓ ଭରଷା
କାଶତଣ୍ଡୀ ଝୁଲେ ପବନରେ ହଲେ
ମାଆ ଦୁର୍ଗା ଦୁର୍ଗତିନାଶିନୀ ଆସୁଛନ୍ତି ଭଲେ
ତାଙ୍କୁ ସ୍ୱାଗତ ବନ୍ଦନା କରିବା ସକାଶେ
କାଶତଣ୍ଡୀ ଜମେଇଛି ଆସ୍ଥାନ ନଈପଠା ପାଶେ
କିଏ ଆସେ ଧରା ହସେ ଫୁଲ ବାସେ
କାଶତଣ୍ଡୀ ଯାଏ ଆସେ ମାଆଙ୍କ ପରଷେ
ଏମିତି ଧବଳ ଚଅଁର ଦିଶେ ଭାରି ଭଲ
କାଶତଣ୍ଡୀ ନବରତ୍ନଭଳି ଅମୁଲ୍ୟ ଫୁଲ
ସେ କି ଜାଣେ ସେ ବି ଜଣେ ଅତୁଲ୍ୟ
ଅମୁଲ୍ୟ ମୂଲ୍ୟ ଫୁଲ
ଧରାକୁ ଆସେ ଦୂରେଇ ଭେଜାଲ
ହେବାକୁ ମନ ମୁନ ଚୈତନରେ ଗେଲ
ତୁ ଫୁଲ ଭାରି ଭଲ ଓ ତୁଳନା ଅମୁଲ୍ୟ