STORYMIRROR

Akshayakumar Dash

Action Inspirational Others

3  

Akshayakumar Dash

Action Inspirational Others

ସଜନା ଛୁଇଁ

ସଜନା ଛୁଇଁ

1 min
249

ଆଳୁ ସାରୁ ପରି

ନୁହେଁ ମୁଁ ପରିବା

ଫଳ ମୂଳ ଶାଗ ନୁହେଁ

ସଜନା ଛୁଇଁ ଟି

ସବୁରି କଂ ଘରେ

ରୋଷେଇ ହେବାକୁ କୁହେ ।

ମୋଗଛକୁ ନାହିଁ

ଔଷଧ କି ସାର

ପୋତିଦେଲେ ଗଲା ଦୁଃଖ

ବରଷକେ ପରେ

ଫୁଲ ଫଳ ଦେଇ

ଫଳିଉଠେ ଦେଖ ମୁଖ ।

ଲମ୍ବା ଲମ୍ବା ଛୁଇଁ

ଛୁଇଁନାହିଁ ଭୁଇଁ

ତୋଳିବାକୁ ପଡେ ମତେ

ଘରେ ଖଣ୍ଡ କରି

କାଟି କୁଟି ଧରି

ରୋଷେଇ କରିବ ସତେ ।

ତେଲ ଲୁଣ ନେଇ

ଆଗେ ଭାଜିଦେଇ

ସୋରିଷ ବାଟଣ ଦେଇ

ଥାଳି ଟି ଘୋଡେଇ 

ସିଝିଲେ ବଢାଇ

ଖାଇବାଟି ଭାଇ

ପଖାଳ କଂସାଙ୍କ ନେଇ ।

ସୋରିଷ ବଟାରେ

ଛୁଇଁ ଟି ଘଣ୍ଟାରେ

ସୁଆଦ ଦିଅଇ ଯେତେ

ବାଡ଼ି ଘରେ ଏବେ

ଲଗାଅ ଟି ଗଛ

ଉପକାର ହେବ କେତେ ।

କୁହନ୍ତି ବଇଦ

ଦେହକୁ ବି ହିତ

ଖାଇଲେ ସଜନା ଶାଗ

ରକ୍ତ ଚାପ ରୋଗ

ଅପ ପୃଷ୍ଟି ଯୋଗ

ହତିବ ଖାଇଲେ ଆଗ ।

ଆଜିକାଲି ଲୋକ

ଆଇଁସକୁ ଭୋକ

ନିରାମିଷ ନାକ ଟେକି

ଅଦିନିଆଁ ରୋଗ

ମହାମାରୀ ଯୋଗ

ପଦାରେ ବସିଛି ଛେକି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action