ସଜନା ଛୁଇଁ
ସଜନା ଛୁଇଁ
ଆଳୁ ସାରୁ ପରି
ନୁହେଁ ମୁଁ ପରିବା
ଫଳ ମୂଳ ଶାଗ ନୁହେଁ
ସଜନା ଛୁଇଁ ଟି
ସବୁରି କଂ ଘରେ
ରୋଷେଇ ହେବାକୁ କୁହେ ।
ମୋଗଛକୁ ନାହିଁ
ଔଷଧ କି ସାର
ପୋତିଦେଲେ ଗଲା ଦୁଃଖ
ବରଷକେ ପରେ
ଫୁଲ ଫଳ ଦେଇ
ଫଳିଉଠେ ଦେଖ ମୁଖ ।
ଲମ୍ବା ଲମ୍ବା ଛୁଇଁ
ଛୁଇଁନାହିଁ ଭୁଇଁ
ତୋଳିବାକୁ ପଡେ ମତେ
ଘରେ ଖଣ୍ଡ କରି
କାଟି କୁଟି ଧରି
ରୋଷେଇ କରିବ ସତେ ।
ତେଲ ଲୁଣ ନେଇ
ଆଗେ ଭାଜିଦେଇ
ସୋରିଷ ବାଟଣ ଦେଇ
ଥାଳି ଟି ଘୋଡେଇ
ସିଝିଲେ ବଢାଇ
ଖାଇବାଟି ଭାଇ
ପଖାଳ କଂସାଙ୍କ ନେଇ ।
ସୋରିଷ ବଟାରେ
ଛୁଇଁ ଟି ଘଣ୍ଟାରେ
ସୁଆଦ ଦିଅଇ ଯେତେ
ବାଡ଼ି ଘରେ ଏବେ
ଲଗାଅ ଟି ଗଛ
ଉପକାର ହେବ କେତେ ।
କୁହନ୍ତି ବଇଦ
ଦେହକୁ ବି ହିତ
ଖାଇଲେ ସଜନା ଶାଗ
ରକ୍ତ ଚାପ ରୋଗ
ଅପ ପୃଷ୍ଟି ଯୋଗ
ହତିବ ଖାଇଲେ ଆଗ ।
ଆଜିକାଲି ଲୋକ
ଆଇଁସକୁ ଭୋକ
ନିରାମିଷ ନାକ ଟେକି
ଅଦିନିଆଁ ରୋଗ
ମହାମାରୀ ଯୋଗ
ପଦାରେ ବସିଛି ଛେକି।