STORYMIRROR

Ajit Kumar Raut

Action

3  

Ajit Kumar Raut

Action

ସ୍ବାଧୀନତା ସଂଗ୍ରାମୀ

ସ୍ବାଧୀନତା ସଂଗ୍ରାମୀ

1 min
250


ନାମ ପୁରୁଷୋତ୍ତମ ଦାସ ଟଣ୍ଡନ୍ 


ସ୍ବାଧୀନତା ଯୁଦ୍ଧା ସେହୁ,


ଭାଷା ପ୍ରେମୀ ସେହୁ ହିନ୍ଦୀର ଭାଷାକୁ 


ଦେଶକୁ ଦେଲେଟି ସେହୁ।


ଉତ୍ତର ପ୍ରଦେଶ ପ୍ରୟାଗ ଭୂମିରେ


ଜନ୍ମ ହୋଇ ଥିଲା ତାଙ୍କ,


ସ୍ବାଧୀନତା ପାଇଁ ଅଗ୍ରଣୀ ନେତାରେ


ନାମ ରହି ଅଛି ତାଙ୍କ।


ହିନ୍ଦୀ ଭାଷା ପାଇଁ ସମର୍ପଣ ପ୍ରାଣ


ସ୍ଥାପିତ କଲେ ରାଷ୍ଟ୍ରରେ,


ହିନ୍ଦୀ ହେଲା ଆମ ରାଷ୍ଟ୍ରଭାଷା ତହୁଁ


ଗୁଞ୍ଜନ କଲା ଦେଶରେ।


ସମାଜ ନିର୍ମାଣେ ଅଗ୍ରଣୀ ଭୂମିକା


ପରିଶ୍ରମୀ ସାମ୍ବାଦିକ,


ଗୁରୁତ୍ୱପୂର୍ଣ୍ଣଟି ଭୂମିକା ତାଙ୍କର


ଭାରତ ରାଜନୈତିକ।


ନୂତନ ଚେତନା ନୂତନ ଲହରୀ


ନୂତନ କ୍ରାନ୍ତିଟି ହିନ୍ଦୀ


କର୍ମଯୋଗୀ ସେହୁ ଭାଷା ପ୍ରେମୀ ସେହୁ


କଲେ ରାଜଭାଷା ହିନ୍ଦୀ।


ସ୍ବାଧୀନତା ପାଇଁ ହିନ୍ଦୀ କଲେ ଆଗ


ହିନ୍ଦୀ ହେଲାଟି ଅଗ୍ରଣୀ,


ସ୍ବତନ୍ତ୍ର ଭାରତେ ରାଷ୍ଟ୍ର ଭାଷା ହିନ୍ଦୀ


ହେଲା ଭାଷାରେ ଅଗ୍ରଣୀ।


ହିନ୍ଦୀ ପ୍ରେମ ପାଇଁ ରାଜନୀତିରେ ସେ


ଆସି ଥିଲେ ଭାଷା ପ୍ରେମୀ,


ରାଜଭାଷା କଲେ ହିନ୍ଦୀ ଭାଷାକୁ ସେ


ରାଷ୍ଟ୍ରର ଭାଷାର ପ୍ରେମୀ।


ଜନ୍ମ ଜୟନ୍ତୀ ଟି ଏକ ଅଗଷ୍ଟର


୧୮୮୨ ରେ ହିଁ ଅଟେ,


ନାମ ରଖି ଗଲେ ପବିତ୍ର ଦେଶରେ


ରାଷ୍ଟ୍ରର ଗୌରବ ପଟେ।


ସ୍ମରଣ କରୁଛୁ ଜନ୍ମ ଜୟନ୍ତୀରେ


କୋଟି କୋଟି ପ୍ରଣିପାତ,


ହିନ୍ଦୀ କରିଛନ୍ତି ରାଜଭାଷା ସେହୁ


ଦେଶଟି ଗୌରବାନିତ୍ବ।୯।


ନାମ ପୁରୁଷୋତ୍ତମ ଦାସ ଟଣ୍ଡନ୍ 


ସ୍ବାଧୀନତା ଯୁଦ୍ଧା ହେହୁ


ଭାଷାପ୍ରେମୀ ସେହୁ ହିନ୍ଦୀର ଭାଷାକୁ 


ଦେଶକୁ ଦେଲେଟି ସେହୁ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action