STORYMIRROR

Ajit Kumar Raut

Action

3  

Ajit Kumar Raut

Action

ଜନତା ବୁଝୁଛି ସଵୁ

ଜନତା ବୁଝୁଛି ସଵୁ

1 min
192


ନୂଆ ଭାରତ ଏ ସାଜିଛି ଆମର


ଜନତା ବୁଝୁଛି କଥା,


ବୁଝୁ ଅଛି ମଧ୍ୟ ନେତାଙ୍କ ନାଟକ


ମନେ ରଖୁ ଅଛି କଥା।



ଶିକ୍ଷିତ ହେଉଛି ଜନଜନ ଏବେ


ଯୁଗ ଡିଜିଟେଲ ହେଲା,


ଦେଶ ବିଦେଶର ଘଟଣା ସବୁ ହିଁ


ଜନତା ଜାଣି ପାରିଲା।



ସତ୍ତାର ନାଟକ ବୁଝୁଛି ଜନତା,


ବୁଝୁଛି ନେତା ଉଦ୍ଦେଶ୍ୟ,


କେଉଁ ଉଦ୍ଦେଶ୍ୟ ରେ ନାଟକ ତାହାର


ଜନତା ବୁଝେ ରହସ୍ୟ।



ତାହାର ଉଦ୍ଦେଶ୍ୟ ଜନତା ସେବାକି


ବୁଝୁ ଛନ୍ତି ଜନଜନ,


ନିଜ ଲାଭ ପାଇଁ କରେ କି ନାଟକ


ନାଟକ ବୁଝୁଛି ଜନ।



ସମୟ ଆସିବ ବଟନ୍ ଦାବିବ


ଦେଶର ଉନ୍ନତି ପାଇଁ,


ଜନକଲ୍ୟାଣରେ ନିସ୍ବାର୍ଥର ପଥ


ଧରିଛି ଦେଶର ପାଇଁ।



କୁ ଚକ୍ର ରଚିଣ ନମ୍ରତା ଭୁଲିଣ


ଦେଶର ବିରୁଦ୍ଧେ କାର୍ଯ୍ୟ,


ଦେଶର ମନ୍ଦିର ସଂସଦ ଭବନ


ଦେଖୁ ଅଛି ନେତା କାର୍ଯ୍ୟ।



ଦୁଇ ସଭା ମଧ୍ୟେ କି ଲୀଳା ନେତାଙ୍କ


ଲଜ୍ୟା ଲାଗୁ ଅଛି ମନେ,


ସତ୍ତାର ନିମନ୍ତେ କାଗଜ ଲୁଟୁଛି


ଜନତା ଲଜ୍ଜିତ ମନେ।



ଜନତା କଲ୍ୟାଣେ ନେତା ତୁ ସାଜିଛୁ


ଡ଼ର କିମ୍ପା ତୋର ମନେ,


ବିଦେଶୀ ମିଡିଆ କଥାରେ ଆତୁର


କିମ୍ପା ଡ଼ର ତୋର ମନେ।



ଜନତା ବୁଝୁଛି ସବୁ କଥା ଆଜି


ନାଟକର କଥା ମନେ


କେଉଁ ଦଳ କରେ ଜନ ହିତେ କାର୍ଯ୍ୟ


ରଖୁ ଛନ୍ତି କଥା ମନେ।



ନୂଆ ଭାରତ ଏ ସାଜିଛି ଆମର


ଜନତା ବୁଝୁଛି କଥା,


ବୁଝୁ ଅଛି ମଧ୍ୟ ନେତାଙ୍କ ନାଟକ


ମନେ ରଖୁ ଅଛି କଥା।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action