STORYMIRROR

Ajit Kumar Raut

Action Others

3  

Ajit Kumar Raut

Action Others

ସ୍ବାର୍ଥ ପର ପରି ଦୁନିଆ ସାଜୁଛି

ସ୍ବାର୍ଥ ପର ପରି ଦୁନିଆ ସାଜୁଛି

1 min
219


କି ଲୀଳା ଚାଲିଛି ବିଶ୍ବର ମଧ୍ୟରେ


ଜନତାର ଚିନ୍ତା ନାହିଁ,


ଆତଙ୍କିତ ଜନ ଆଫଗାନିସ୍ତାନେ


ମନେ ଦୟା କାର ନାହିଁ।୧।


ଆତଙ୍କିତ କରେ ତାଲିବାନ ଅତି


ମାଡ଼ି ବସି ଅଛି ତହିଁ,


ସୁପର ପାୱାର୍ କାହିଁ ଛାଡି ଗଲା


ପ୍ରଶ୍ନ ଉଠୁ ଅଛି ଯହିଁ।୨।


ଆତଙ୍କି କବଳୁ ରକ୍ଷା କରି ଥିଲା


ସ୍ବତନ୍ତ୍ର କଲାଟି ସେହୁ,


ଖୁସି ଆନନ୍ଦରେ ଜନ ଆଫଗାନି


ଏଠି ରହୁଥିଲେ ସେହୁ।୩।


ଷଡ଼ଯନ୍ତ୍ର କଲା ପାକିସ୍ତାନ ତହିଁ


ଚୀନ ସାମ୍ରାଜ୍ୟକୁ ନେଇ,


ପ୍ରଖର ହୋଇଲେ ତାଲିବାନ ତହିଁ


ଚୀନର ଭରସା ପାଇ।୪।


ନିଜ ସ୍ବାର୍ଥ ନେଇ ସମର୍ଥନ କରେ


ଆତଙ୍କର ତାଲିବାନ,


ହୁଙ୍କାର କରେଟି ରୂସ ପୁଣି ତହିଁ


ଆତଙ୍କର ସମର୍ଥନ।୫।


କିପରି ସଂସାର କିପରି ବିଚାର


ନ ଦେଖନ୍ତି ଦେଶ ତାଙ୍କୁ,


ଅତ୍ୟାଚାର ହେଉ ମରୁ ବା ଜନତା


ତିଳେ ଚିନ୍ତା ନାହିଁ ତାଙ୍କୁ।୬।


ଆତଙ୍କି ଭିଆଣ ତାଙ୍କ ଅବଦାନ


ନିଜ ସ୍ବାର୍ଥ ପାଇଁ ସବୁ,


କିପରି କମିବ ଆତଙ୍କର ଜ୍ବଳା


ନେତ୍ରେ ଦିଶୁ ଅଛି ସବୁ।୭।


ନିଜ ଦେଶେ ମଧ୍ୟ ରହିଛନ୍ତି ଶତ୍ରୁ


ତାଲିବାନ ସମର୍ଥନ,


ଦେଶର ଖାଇଣ ଦେଶରେ ରହିଣ


ଆତଙ୍କିର ସମର୍ଥନ।୮।


ଦେଶଦ୍ରୋହ କେସ ହେଉ ଶତ୍ରୁ ପରେ


ଦମନ ହୋଇବେ ତହୁଁ


ତାଲିବାନ ପ୍ରେମ ଗୁଞ୍ଜୁଛି ତାଙ୍କରେ


ଭାରତରେ ସ୍ଥାନ ନୋହୁଁ।୯।


ଏପରି ଜନଙ୍କୁ ଚିହ୍ନିତ କରିଣ


ସରକାର ଦେଉ ଦଣ୍ଡ,


ଅନିଷ୍ଟ କରିବେ ଦିନେ ଦେଶ ଶତ୍ରୁ


ଜନତା ଭି ଦେଉ ଦଣ୍ଡ।୧୦।


କି ନିଳା ଚାଲିଛି ବିଶ୍ବର ମଧ୍ୟରେ


ଜନତାର ଚିନ୍ତା ନାହିଁ,


ଆତଙ୍କିତ ଜନ ଆଫଗାନିସ୍ତାନେ


ମନେ ଦୟା କାର ନାହିଁ।୧୧।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action