STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy Action

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy Action

ପାଖରେ ନଥିଲେ ଧନ

ପାଖରେ ନଥିଲେ ଧନ

1 min
244

ପାଖରେ ନ ଥିଲେ କିଛି ଧନ

କୁନ୍ଥୁ କୁନ୍ଥୁ ହୁଏ ପାଗଳା ମନ,

ଦୁଃଶ୍ଚିନ୍ତାରେ କଟୁଥାଏ ଦିନ

ବିରକ୍ତି ଆସୁଥାଏ ଘନଘନ।

ନିଜକୁ ଲାଗେ ଭାରି ହୀନିମାନ

ଆଖିରୁ ହଜିଯାଏ ସପନ,

ଖାଇବାରେ ଖୁସି ହୁଏନା ମନ

କିଛି କାମରେ ରହେନା ଧ୍ୟାନ।

ଅତି କଷ୍ଟକର ହୁଏ ଜୀବନ

ବଞ୍ଚିବାଟା ଲାଗେ ମୂଲ୍ୟହୀନ,

ହଜିଯାଏ ବୁଦ୍ଧି ବିବେକ ଜ୍ଞାନ

ଚତୁର୍ଦିଗ ଲାଗେ ଶୂନ୍ୟ ଶୂନ୍ୟ।

ପୁଅଝିଅଙ୍କ କେତେ ଅଝଟପଣ

ସ୍ତ୍ରୀ କଥା କଥାରେ ଦିଏ ଅପମାନ,

ବାପାମାଆ କୁହନ୍ତି ଅକର୍ମଣ୍ୟ

ସାଙ୍ଗସାଥୀଙ୍କ ମିଳେନା ଦର୍ଶନ।

ଉଧାର ମାଗିଲେ ଦିଅନ୍ତିନି ଜନ

ହେୟ ଭାବି କରନ୍ତି ନି ସମ୍ଭାଷଣ,

ଚିହ୍ନା ପରିଚୟ କରନ୍ତି ମାନ

ହୀନ ଭାବି ଦିଅନ୍ତିନି ସମ୍ମାନ।

ଯିଏ କରୁଥାଏ ସୁକର୍ମମାନ

ମେଣ୍ଟାଇ ଚାଲେ ଗୁଜୁରାଣ,

ଦେଖି ନିଜର କେତେ ଅର୍ଜନ

ସେମିତି କରେ ସେ ଭୋଜନ।

ଅଭାବ ଅସୁବିଧା ତ ସବୁଦିନ

ତତ୍ପର ଥାଏ କରିବାକୁ ସମାଧାନ,

ଉଦ୍ୟମେ ରତ ରହି କରେ ଯତ୍ନ

ମନକୁ ଭାବେ ତାର ମହାରତ୍ନ।

ଆତ୍ମଭରସାରେ ଥାଏ ମଗ୍ନ

ବିଶ୍ବାସ ତାର ହୁଏନା ଭଗ୍ନ,

କାମନା କରିଥାଏ ସେ ଊନ

ଅଳପେ ସନ୍ତୁଷ୍ଟ କରେ ମନ।

ପାଖରେ ନ ଥିଲେ ବି ଧନ

ଦୁଃଚିନ୍ତା କରେ ନାହିଁ ଅକାରଣ,

ଅଭାବରେ ବି ରଖି ସ୍ଵାଭିମାନ

ବଜାଇ ରଖେ ଆତ୍ମସମ୍ମାନ।

ମଣିଷ ପଣିଆଁରେ ସେ ମହାନ

ନିନ୍ଦା ପ୍ରଶଂସାକୁ ଦିଏନା କାନ,

କରି ଚାଲିଥାଏ ତା କର୍ମ ସାଧନ

କରିବାକୁ ଜଗତର କଲ୍ୟାଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy