STORYMIRROR

Ajit Kumar Raut

Action

3  

Ajit Kumar Raut

Action

କାରଗିଲ ବିଜୟ ଦିବସ

କାରଗିଲ ବିଜୟ ଦିବସ

1 min
174


ଗୌରବ ଦିବସ ବିଜୟ ଦିବସ


ଜୟୀ କାରଗିଲ ଯୁଦ୍ଧେ


ପାଇଲେ ବିଜୟ ଆମ୍ଭର ସୈନିକ


ଏହୁ ବୀରତ୍ବର ଯୁଦ୍ଧେ।୧।


ଛବିଶ ଜୁଲାଇ ସ୍ମରଣ ଦିବସ


ବୀର ଶହୀଦଙ୍କ ଯହିଁ,


ନିଜ ପ୍ରାଣ ଦେଇ ରକ୍ଷା କରିଥିଲେ


ଦେଶର ଗୌରବ ତହିଁ।୨।


ଅପରେସନ୍ ସେ ବିଜୟ ନାମଟି


ପାଇଲା ବିଜୟ ଯହିଁ


ଶୁଭାରମ୍ଭ ହେଲା ବିଜୟ ଦିବସ


ସ୍ମରଣ ଶହୀଦ ତହିଁ।୩।


ଶତ୍ରୁ ଦେଶ ପୁଣି ପଡୋଶୀ ଦେଶ ସେ


ନାମ ତାର ପାକିସ୍ତାନ,


ଶତ୍ରୁତା କରୁଛି ସବୁ ବେଳେ ସେହୁ


ଦୂରାଚାରୀ ପାକିସ୍ତାନ।୪।


ଭାଙ୍ଗିଗଲା ତାର ଗର୍ବ ଅହଙ୍କାର


ନିର୍ଲଜ ଅଟେଟି ସେହୁ,


ଯୁଦ୍ଧେ ହାରି ଗଲା ସେହୁ ଦୂରାଚାରୀ


ଧିକ୍କାର ପାତ୍ରଟି ସେହୁ।୫।


ଏହି ଯୁଦ୍ଧ ଅଟେ ବର୍ଷ ୧୯୯୯


ଦୁଇ ଦେଶ ମଧ୍ୟ ଏହୁ,


କଲା ପାକିସ୍ତାନ ଆକ୍ରମଣ ଦେଶ


ଲୁଚି ଲୁଚି କରି ସେହୁ।୬।


ଦେଶର ପ୍ରଧାନ ବାଜପେୟୀ ଥିଲେ


ସବୁ ଗୁଣେ ସମ୍ପୂର୍ଣ୍ଣ,


ଭାଙ୍ଗି ଦେଲେ ଗର୍ବ ପାକିସ୍ତାନର ସେ


ଅପରେସନ୍ ସମ୍ପୂର୍ଣ୍ଣ।୭।


ବିଜୟ ଦିବସ ହେଲା ସେହୁ ଦିନ


ଶହୀଦ ସ୍ମରଣ ପାଇଁ,


ଦେଶର ଗୌରବ ଆଣି ଥିଲେ ବୀରେ


ବୀରତ୍ବ ସ୍ମରଣ ପାଇଁ।୮।


ଶ୍ରଦ୍ଧାଞ୍ଜଳି ଆମ୍ଭ ଝାଡ଼ଖଣ୍ଡ ରାଜ୍ୟୁ


ବୀର ଶହୀଦଙ୍କୁ ଆମ୍ଭ,


କୋଟି ପ୍ରଣିପାତ ବୀର ଶହୀଦଙ୍କୁ


ଝାଡ଼ଖଣ୍ଡ ରାଜ୍ୟୁ ଆମ୍ଭ।୯।


ଗୌରବ ଦିବସ ବିଜୟ ଦିବସ


ଜୟୀ କାରଗିଲ ଯୁଦ୍ଧେ,


ପାଇଲେ ବିଜୟ ଆମ୍ଭର ସୈନିକ


ଏହୁ ବୀରତ୍ବର ଯୁଦ୍ଧେ।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action