STORYMIRROR

Rabindra kumar Sahoo

Abstract Action

3  

Rabindra kumar Sahoo

Abstract Action

"ଦୁର୍ଗତିନାଶିନୀ"

"ଦୁର୍ଗତିନାଶିନୀ"

1 min
230

    ଜୟ ମା' ଦୁର୍ଗା 

      ତୁ ମା'ଦୁର୍ଗତିନାଶିନୀ

       ବିଶ୍ଵ ଜନ କଲ୍ୟାଣ କାରିଣୀ

     ଜୟ ଜୟ ମା'ଲୋ

         ପାପ ବିନାଶିନୀ

     ଅନ୍ଧକାର ବିନାଶିନୀ

       ଅଜ୍ଞାନ ନାଶିନୀ,

          ଅସୁର ନାଶିନୀ

      ମା' ଜଗତ ଜନନୀ

       ଜୟ ମା' ଦୁର୍ଗା

        ମା' ଦୁର୍ଗତି ନାଶିନୀ ।


      ଦେବ, ଦାନବ, ମାନବଙ୍କ

        ଉଦ୍ଧାର କାରିଣୀ

      ତୁ ମା' ମୁକ୍ତି ଦାୟିନୀ,

          ଶକ୍ତି ଦାୟିନୀ

      ମାତୃଶକ୍ତି ମା' ଜଗତ ଜନନୀ

      ଭକ୍ତି, ମୁକ୍ତି, ଶାନ୍ତି ପ୍ରଦାୟିନୀ

       ମାତୃ ଜାତିର ସଂକଟ କାଳେ

       ତୁ ମା' ହୁଅ ସହାୟ କାରିଣୀ

      ଦୁଷ୍କର୍ମକାରୀଙ୍କୁ ଏ ସମାଜୁ ଓ ବିଶ୍ଵୁ

       କର ସଂହାର ମା' ଲୋ ତୁ

       ସାଜି ତୁ ସଂହାର କାରିଣୀ

       ଜୟ ମା' ଦୁର୍ଗା 

          ମା' ଦୁର୍ଗତିନାଶିନୀ ।


     ଦେଶ, ସମାଜ ଓ ବିଶ୍ଵ

            ବିନାଶକାରୀଙ୍କୁ

      ସଂହାର କର ଲୋ ମା'

         ତୁ ସାଜି ସଂହାର କାରିଣୀ

     ଧରାଧାମୁ ପାପ ବିନାଶି

            ପାପୀ ବିନାଶି

      ସାଜେ ଲୋ ମା' ତୁ

          ପାପ ବିନାଶିନୀ

     ଦେଖାଇ ତୋର ଉଗ୍ର ରୂପ

       ପୁନଃ ସାଜି ଦୁର୍ଗା

     ଏ ସଂସାର ରକ୍ଷା କର ମା' ଲୋ

      ଜୟ ମା'ଦୁର୍ଗା ମା' ତୁ

             ଦୁର୍ଗତିନାଶିନୀ ।


      ତୁ ଧର୍ମ ରକ୍ଷାକାରିଣୀ

        ଘୋର ସଙ୍କଟୁ ଏ ବିଶ୍ଵର

        ସାଜେ ମା'ଲୋ

          ଉଦ୍ଧାର କାରିଣୀ

      ଜରା ବ୍ୟାଧି ଆଦିରୁ

       ବିଶ୍ଵ ବାସୀଙ୍କ

           ଦୁର୍ଗତି କାଳେ

      ସାଜି ମହାମାୟୀ,

          ସାଜି କଲ୍ୟାଣମୟୀ

      ସାଜି ଦୁର୍ଗା ରକ୍ଷାକର ସଭିଙ୍କୁ

        ମା' ଲୋ ତୁ ମା'

      ଜୟ ମା' ଦୁର୍ଗା ଦୁର୍ଗତିନାଶିନୀ ।

       

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract