STORYMIRROR

Akshayakumar Dash

Action Classics

3  

Akshayakumar Dash

Action Classics

ଦେବୀ

ଦେବୀ

1 min
269

ଇନ୍ଦ୍ରିୟ ସହିତ ମାତି

ଅସୁର ଦର୍ପରେ

ବଢିଯାଇଛି ପାପ,

କଟିଯାଇଛି ଅଣାକାର ଠାରୁ ସମ୍ପର୍କ

ଅହଂକାର ଧ୍ଵନିରେ କମ୍ପିଉଠୁଛି ଗଣତନ୍ତ୍ର ।

ଏମିତି ଦିନେ ଶେଷ ପରୀକ୍ଷାରେ

ସମୁଦ୍ର ମନ୍ଥନକରି 

ଆବିର୍ଭୁତା କ୍ଷୀରାବଧିତନୟା

ସକଳ ଐସୂର୍ଯ୍ୟକାନ୍ତି ବିଶ୍ୱଯୋନି ଜଗତଜନନୀ ,

ହୃଦୟ ରୁ ସ୍ତୁତି କଲେ

ଅଭାବର ଭଙ୍ଗା ନାଵ

ଲଙ୍ଘିଯାଏ ଅତଳ ସାଗର ,

ଅସଜଡ଼ା ଯନ୍ତ୍ର ଯେତେ ତନ୍ତ୍ର ମୁଗ୍ଧ

ମନ୍ତ୍ରରେ ନିମଗ୍ନ ଜାଦେବୀ ସର୍ଵ ଭୂତେଷୁ

କ୍ରିୟାଶୀଳ ମହାମନ୍ତ୍ର ।

ଯୋଗୀ ପାଇଁ ତଵ ଯୋଗମାୟା

ଭୋଗି ମାଗେ ଅର୍ଣ୍ଣ ବସ୍ତ୍ର ଦାୟୀ

ବୈରାଗୀ ର ମହେଶ୍ୱରୀ ନାରାୟଣୀ

ମହିଷାସୁର ଦୃଷ୍ଟିରେ ରୂପବତୀ ନାରୀ

ପୁରୁଷ କଳ୍ପନାର ଅଧିକାରୀ

କାମନା କି ବାସନା ହେଉ

ଅବା ମହା ଦେବୀ

ମର୍ଯ୍ୟାଦା ଦେଲେ

ଆରାଧନା କଲେ

ବର୍ଷି ଯାଅ ପ୍ରେମବାରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action