STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy Action

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy Action

ନୀରବି ଯାଇଛି ମନର ଝଡ଼

ନୀରବି ଯାଇଛି ମନର ଝଡ଼

1 min
166

ଆଜି ପରିବେଶ ପରିସ୍ଥିତି ଗମ୍ଭୀର

ଶୋକାକୁଳ ସମୂହ ପରିବାର

ଆଖିରେ ଲୁହର ବନ୍ୟା

ଦୁଃସାଧ୍ୟ ରୋଗର ଶୀକାର ହୋଇଛି

କୁଳଚନ୍ଦ୍ରମା ଘରର ଭବିଷ୍ୟତ

ଡାକ୍ତରଖାନା ବିଛଣାରେ ପଡିଛି ସେ

ମୁମୂର୍ଷୁ ଅବସ୍ଥାରେ ପଡି ହେଉଛି ଛଟପଟ 

ମଳିନ ନିସ୍ତେଜ ତାର ସର୍ବାଙ୍ଗ

ଚିକିତ୍ସାର ଅବହେଳା ତିଳେ ବି ନାହିଁ

ପାଣି ପରି ଖର୍ଚ୍ଚ ହେଉଛି ଅର୍ଥରାଶି

ତଥାପି ତା ଜୀବନର ନାହିଁ ଟିକିଏ ଆଶା

ଶତ ଉଦ୍ୟମ ରହିଛି ଜାରି

ସମସ୍ତଙ୍କର ଧାଁ ଦଉଡ ଏକ ଭରସାରେ

ହୁଏତ ବଞ୍ଚିଯିବ ହୁଏ ଯଦି କିଛି

ଈଶ୍ବରଙ୍କ ଅଲୌକିକ କରୁଣା

ପିତାମାତା ଆତ୍ମୀୟସ୍ବଜନ ଶୁଭାକାଂକ୍ଷୀ

ହୁଅନ୍ତି କେତେ ବ୍ୟତିବ୍ୟସ୍ତ

ସମସ୍ତେ ନିରୁପାୟ ନିରାଶ ହୋଇ

ଡାକନ୍ତି କେବଳ ପ୍ରଭୁ ପରଂବ୍ରହ୍ମଙ୍କୁ

ମାନସିକତାରେ ଭରି ଭକ୍ତିର ସମର୍ପଣ ଭାବ 

ମାଆ ତା କରୁଛି ରୋଦନ

ମନାସି ନାନା ଉପହାର ମାଗୁଛି ଖାଲି

ପୁଅର ଆୟୁଷ ଫେରାଇ ଦିଅ ପ୍ରଭୁ

ମୃତ୍ୟୁଶଯ୍ୟାରେ ପଡି କରେ ଅନୁଶୋଚନା

ବିଗତ ଦିନର ବିଶୃଙ୍ଖଳିତ ଜୀବନ ତାର

ଯୌବନର ଆବେଗତାରେ

ଉଦ୍ଧତପଣେ କରିଛି ଯା ଯା ଅପକର୍ମ

ଅନୁତାପେ ଝରି ପଡୁଛି ଲୁହ ଧାର ଧାର

ମନେ ମନେ ମାଗୁଛି କ୍ଷମା କୃତ କର୍ମର

ନାହିଁ ଆଉ ସେ ଯୁବ ଉଦ୍ଦାମତା

ଧରାକୁ ସରା ମଣିବାର ଧ୍ରୃଷ୍ଟତା କି ଉନ୍ମାଦନା

ତାର କରୁଣ ପରିଣାମ ଭୋଗୀ ଭୋଗୀ

ନୀରବି ଯାଇଛି ମନର ଝଡ଼

ଭୟଙ୍କର ମରଣକୁ ଆଖି ଆଗରେ ଦେଖି

ଜଡ଼ ପାଲଟି ଯାଉଛି ତାର ଅବୟବ

ହାୟରେ ବିଧାତା ! କୃତ କର୍ମର

କି କରୁଣ କି ଦାରୁଣ ଜୀବନ ଯନ୍ତ୍ରଣା

ଭାବୁଛି ସେ ରକ୍ଷା ପାଆନ୍ତା ଯଦି ଥରେ

ସୁଧାରି ନିଅନ୍ତା ନିଜକୁ ଚାଲନ୍ତା ସୁପଥରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy