Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Action Inspirational Children

4.0  

ବି. ନିରୁପମା

Action Inspirational Children

ସମୟଟି ଯାଏ ବିତି

ସମୟଟି ଯାଏ ବିତି

1 min
199


ମାଆ ଯେବେ ଗାଈ ଦୁହିଁବାକୁ ଯାଏ

ମୁଁ ଦିଏ ବାଛୁରୀ ଧରି ,

କୁନି ବାଛୁରୀ ମୋ ହାତ ଚାଟୁଥାଏ

ତା' ଜିଭରେ ଥିରିଥିରି ।


ଆମ ଗାଈ-'ଶ୍ରୀୟା' ଚାହିଁ ରହିଥାଏ

ଗୋଟିଏ ଲୟରେ ମୋତେ ,

ତା' ଛୁଆକୁ ଗେଲ କରି ଦେଉଥିଲେ

ଖୁସି ହୁଏ ସିଏ କେତେ ।


ମୋ ମାଆ ପରା ଗାଈ ବାଛୁରୀଙ୍କ

ନିଇତି ଯତନ ନିଏ ,

ଗୁହାଳକୁ ସଫା ସୁତର କରି ସେ

ଖାଇବାକୁ ତାଙ୍କୁ ଦିଏ ।


ଭଲ ପାଉ ଆମେ କ୍ଷୀର,ଦହି,ଛେନା-

ଘିଅ,ସର ଖାଇବାକୁ ,

ଭାଇ ସଙ୍ଗେ କେବେ କଜିଆ ବି କରୁ

ବଡ଼ ଭାଗ ପାଇବାକୁ ।


ଶରଧାରେ ମାଆ ଆମରି ପାଇଁକି

ଦୁଧଭାତ ଦିଏ ନିତି ,

ବାଛୁରୀ ସଙ୍ଗରେ କଉତୁକ କରି

ସମୟଟି ଯାଏ ବିତି ।


କୁନି ବାଛୁରୀଙ୍କୁ ଗେଲ କରି ଆମେ

ଦେଉ ପରା ପିଠା-ରୁଟି ,

ବଡ଼ ଆନନ୍ଦରେ ଖାଇଦିଏ ସିଏ

ତା' ଲାଞ୍ଜକୁ ଛାଟି ଛାଟି ।


ରୋଗ ବାଧିକିରେ ଡାକ୍ତର ଦେଖାଇ

ତାଙ୍କ ସେବା କରୁ ଆମେ ,

ଜାଣିଶୁଣି କେବେ ଅବହେଳା କରି

ଲାଗୁନାହିଁ ଅନ୍ୟ କାମେ ।


ଭାରି ଉପକାରୀ ପ୍ରାଣୀଟିଏ ପରା

ଅଟଇ ଯେଣୁ ଏ ଗୋରୁ ,

ଆମ ପରିବାର ସଦସ୍ୟ ଭାବରେ

ତାକୁ ବି ଗଣନା କରୁ ।



Rate this content
Log in