STORYMIRROR

Pranati Mahapatra

Action Inspirational

3  

Pranati Mahapatra

Action Inspirational

ସଖା ଘେନ ଏହି ଶିଖା

ସଖା ଘେନ ଏହି ଶିଖା

1 min
235


ଦେଉଅଛି ଶିଖା ହାତେ ଧର ସଖା

 ପଢ ଗୋଟି ଗୋଟି ଲେଖା,

ଅଭୟ ଆଶିଷ ବଢାଇ ଦିଅ ହେ

 ହେଉ ଭାଷାର ସୁରକ୍ଷା।

ପ୍ରଥମ ନୈବେଦ୍ୟ ପ୍ରଥମେ ଅରପି

  ଶ୍ରୀପଦ କରୁଛି ଭିକ୍ଷା,

ମନରେ ସାହସ ଭରି ଦିଅ ମୋର

 ଆଗକୁ ଯାଉ ଏ ଶିଖା।

ହେ ସଖା ହେ ସଖା ହେ ସଖା


ମାନ ଅପମାନ କେତେ ଶୁଣି ମୁହିଁ

ତୋ ପାଶେ ଗଲି ମୁଁ ଧାଇଁ,

ଆଜ୍ଞା ଥିଲ ଦେଇ ଆଗକୁ ଯିବାକୁ

  ଖୁସିରେ ଆସିଲି ସାଇଁ।

କହି ଆସିଥିଲି ଦେଖେଇବି ନିଶ୍ଚେ

   ଶିଖା ର ଏ ପରିବାର,

ଶ୍ରୀମନ୍ଦିରେ ଆସି ଶ୍ରୀପଦେ ଶିଖାକୁ

  ଭେଟି ଦେବି ଶ୍ରୀପୟର।

ହେ ମାୟାଧର ହେ ମାୟାଧର, ହେ ମାୟାଧର।


ଏମିତି ଲୀଳା ତୁ ରଚିଲୁ ମାଧବ

  ଦର୍ଶନେ କରିଲୁ ବାଧା,

ଶିଖା ଉନ୍ମୋଚନ ରହିଲା ମନରେ

   କିମ୍ପାଇଁ ରଖିଲୁ ଅଧା।

ବେଳାଭୂମିପରେ ପରିବାର ସାଥେ

   କରିଥାନ୍ତୁ ଉନ୍ମୋଚନ,

ଭାଇ ବନ୍ଧୁ ମୋର ଆନନ୍ଦ ମନରେ

   କରିଥାନ୍ତେ ତୋ ଦର୍ଶନ।


ଶ୍ରୀମହାପ୍ରସାଦ ଆନନ୍ଦ ବଜାରେ

  ଖାଇଥାନ୍ତୁ ହର୍ଷ ହୋଇ,

ପତିତପାବନ ବାଇଶି ପାହାଚେ

  ଦର୍ଶନେ ବିଭୋର ହୋଇ।

ତୋ ଆଶିଷ ଝର ଝରିଯାଉ ପ୍ରଭୁ

  ମୋ ପରିବାର ଉପରେ,

ସାହିତ୍ୟିକ କବି ବନ୍ଧୁ ପରିବାର

  ଟେକ ରଖନ୍ତୁ ମହୀରେ।

କାଳିଆରେ ,କାଳିଆରେ, କାଳିଆରେ।


ରହୁ ତୋର ଦୟା ହଟୁ କାଳମାୟା

  ହେଉ ଏ ଜଗତ ଖୁସି ,

ପରିବାର ବନ୍ଧୁ ସଙ୍ଗତେ ତୋ କ୍ଷେତ୍ର

  ପହଞ୍ଚିବୁ ହସି ହସି।

ନିଶ୍ଚୟ ସେଦିନ ଅଞ୍ଜଳିରେ ଭରି 

  ଭେଟିଦେବି ପୟେ ଶିଖା,

ଏତିକି ସୁଦୟା କରିଥିବ ଯେବେ

  କୃତଜ୍ଞ ରହିବି ସଖା।

ହେ ସଖା ହେ ସଖା ହେ ସଖା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action