STORYMIRROR

Prabhati Mahapatra

Tragedy Inspirational Children

3  

Prabhati Mahapatra

Tragedy Inspirational Children

ଅବ୍ୟକ୍ତ କୋହ

ଅବ୍ୟକ୍ତ କୋହ

1 min
384


କଳ୍ପନା ଜଳ୍ପନା   ଅନ୍ତ ହୋଇଗଲା

ଗଢିଲ ଭାରତ ବର୍ଷ 

ଦେଖି ଯାଅ ଗାନ୍ଧୀ  ତୁମ ରାଇଜରୁ

ଲିଭିଛି ବିଶ୍ଵାସ ହସ ।


କଳୁଷିତ ମନ  ଲୋଭ ପ୍ରଲୋଭନ

ଗ୍ରାସ କରେ ଚଉଦିଗ

କେମିତି ବଞ୍ଚିବ   ସୁନ୍ଦର ଭାରତ

ଶିଖାଇ ଦିଅ ହେ ତ୍ୟାଗ ।


କାଟି ଖାଇବାକୁ ନିର୍ଦ୍ଦେଶ ଦେଲେ ତ

ରୋପଣ ଭୂଲିଲେ ଜନେ

ବିଦେଶୀ ବସ୍ତ୍ରଟା  ସୁଖ ଶାନ୍ତି ଦେଲା

ସୁଲଭ ଆସିଲା ମନେ ।


ଶକ୍ତି ବଳ ଧର୍ଯ୍ୟ    ଏକାଗ୍ରତା ଧରି

ନାହିଁ ଏକତାର ଭାବ

ଆକୁଳ ଅସ୍ପଷ୍ଟ    ସ୍ବର ଶୁଣା ଯାଏ

ସତେ ଭାରତର ରାବ ।


ବାହୁଡି ଆସ ହେ   ଜାତିର ଜନକ

ଲୋଡେ ଆଜି ଏଇ ମାଟି

ନିର୍ଭୟ ନିଡର    ପ୍ରାଣ ସୃଷ୍ଟି କର

ଆନନ୍ଦ ଉଠୁ ହେ ଫୁଟି ।


ଅହିଂସା ପରମ   ଧର୍ମ ହେଉ ଆମ

ଅନୁଭବ ଆସୁ ମନେ

ତେବେ ଯାଇ ହେବ  ସୁନାର ଭାରତ

ଏତିକି ଆସେ ମୋ ଧ୍ୟାନେ ।


ଲିଭି ଲିଭି ଆସେ ଜାତିଆଣ ପ୍ରଥା

ଗନ୍ଧର୍ବ ବିବାହ ନେଇ

ଛଳ ପ୍ରତାରଣା ଲିଭି ପାରୁ ନାହିଁ

ସ୍ଵାର୍ଥକୁ ମାନ୍ୟତା ଦେଇ ।


ସତ୍ୟାଗ୍ରହ ପରି ବିପ୍ଳବୀ ବୀଜଟା

ମଳିନ ପଡ଼ିଛି ସତେ

ବିପତ୍ତି ବନ୍ଧୁତା ହୃଦୟ ଲଗାଇ

ଛିଡ଼ା ହୁଏ ନାହିଁ ପଥେ।


କିଏ ସଜାଡିବ ପୁଞ୍ଜିର ବିଦ୍ରୋହ 

ଯହିଁରୁ ଆରମ୍ଭ ରଣ

ତୁମକୁ ସ୍ମରଣ  କରେ ମୁଁ ବାପୁଜୀ

ଭାରତେ ହୁଅ ହେ ଜନ୍ମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy