STORYMIRROR

Amita Dash

Inspirational Children

3  

Amita Dash

Inspirational Children

କାଶତଣ୍ଡୀ ଫୁଲ

କାଶତଣ୍ଡୀ ଫୁଲ

1 min
461

ନଈ ପଠାରେ ବସିଥିଲି ଦିନେ

କାଶତଣ୍ଡୀ ଫୁଲଙ୍କ ଗହଣେ।

ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଦେଖି

ବିଭୋର ହେଉଥିଲି ମନେ ମନେ।

ଖିଲି ଖିଲି ହସୁଥିଲା କାଶତଣ୍ଡୀ ଫୁଲ।

ଗାଉଥିଲା ଫୁଲ ବଉଳବେଣୀର ଗୀତ।

ପବନ ଝୁଲଉଥିଲା ରଜ ଦୋଳିର ଝୁଲଣ।

ଝିଅଟିଏ ଯାଉଥିଲା କରି ପାଦର ପାଉଁଜି ଋଣଝୁଣ।

ହାତ ଠାରି ଡାକିଲି ପାଖକୁ ଘଡ଼ିଏ ଆସ।

ହସି ଦେଇ କହିଲା ଆଜି ନୁହେଁ ଆଉ କୋଉ ଦିନ।

ତା ହସରେ ମୁକ୍ତା ସମ ଦାନ୍ତ ତା'ର ଦିଶୁଥିଲା ଚକମକ।

ମାଆ କୋଳ ଯିବାକୁ ସୂର୍ଯ୍ୟ ଦେବତା ହେଲେଣି ତରତର।

ପିନ୍ଧିଥିଲା ଝିଅଟି ସବୁଜ ରଙ୍ଗର ମଠା ପାଟ।

ମଥାରେ ଝଟକୁ ଥିଲା ସିନ୍ଦୂର ଟୋପା ନାଲି ରଙ୍ଗର।

ସିନ୍ଦୂର ନୁହେଁ ତ ଲାଗୁଥିଲା ସତେ ପଶ୍ଚିମ ଆକାଶର ସୂରୁଜ।

କଳା ଘନ ବେଣୀରେ ଖୋସିଥିଲା ସିଏ କାଶତଣ୍ଡୀର ଫୁଲ।

ପଚାରିଲି ତୁମେ କାହା ଘରକୁ ବୁଲି ଆସିଚ।

କହିଲା ସିଏ, ମୁଁ ନଈ ଆର ପାରି ଗାଆଁ ଝିଅ।

ଆସିଚି ଧରାକୁ ଆଜି ଏ ଋତୁ ପାର୍ବଣର ଦିନ।

ଶାରଦୀୟ ଦୁର୍ଗାପୂଜା ପାଇଁ ନେବି କାଶତଣ୍ଡୀର ଫୁଲ।

ମାଆକୁ ପିନ୍ଧାଇବି ଶୁଭ୍ର ରେଶମୀ ପାଟ

ମୁଁ କରିବି ଆଲଟ ଚାମର ସେବା, ଧରି କାଶତଣ୍ଡୀ ଫୁଲ।

କାଶତଣ୍ଡୀର ଫୁଲରେ ଗଭା ସଜାଇବି ମୋ ମାଆର।

ସମସ୍ତଙ୍କ ଘରେ ବାଣ୍ଟିବି କାଶତଣ୍ଡୀ ଫୁଲ ।

 ଖବର ଘରେ ଘରେ ଦେବି ମାଆଙ୍କର ଧରାବତରଣର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational