STORYMIRROR

KSHIRADRI SAHU

Inspirational Children

3  

KSHIRADRI SAHU

Inspirational Children

ଉପର୍ ଵାଲା ସବୁ ଦେଖୁଛେ

ଉପର୍ ଵାଲା ସବୁ ଦେଖୁଛେ

1 min
314


ରାମ୍ ନାମ୍ ଧରି ଭବୁ ହେମା ପାରି

ବଲି ଟୁଣେ ବାବା ଖାଲି କହୁଛେ,

ଉପ୍ରେ ଉପ୍ରେ ଦେଖେଇହଇ 

ଲମା କରନ୍‌ଚିତାଟେ ମାରିଛେ..

ହେଲେ କିଏ କାଣା କରୁଛେ

ଉପର୍ ବାଲା ସବୁ ଦେଖୁଛେ  ।


ମଧୁର୍ କଥା କହି ପାନିସର୍ ପକୈ

କେଚୁଆ ଗନ୍ଥି ଶଉଲ୍‌ ଧରୁଛେ,

ଛୁଚେ ବୁଆବୁଆ ହେଇ ଅଚାବୁହା

ବୁନ୍‌ଧୁ ଛିର୍ କାଟି ଦଉଛେ 

ହେଲେ କିଏ କାଣାକରୁଛେ 

ଉପର୍ ବାଲା ସବୁ ଦେଖୁଛେ ।


ଜୁହାର୍ ମୁଡିଆ ମାରି ମୁଡ୍‌ଗଠିଆ

ମନର୍ କଥା ମନ୍ ଜାନୁଛେ,

ସାଠେ ସୁଲକ୍ ପଢିକରି ମିଟୁ

ମିନ ଦେଖି ଛେରି ଦଉଛେ..

ହେଲେ କିଏକେନ୍ତା ଅର୍କଲେ ପଡିଛେ

ଉପର୍ ବାଲା ସବୁ ଦେଖୁଛେ,.. ।


ତେଲ୍ ମାରିମାରି ଭକୁଆବନୈକରି

ଚାମ୍ ଚା ହେଇ କରି ଟହଲୁଛେ,

ବିଭୀଷନ୍‌ ହେଇ ଘର୍ ଆଙ୍କିଦେଇ

ସାହେଜ୍‌ ସହଯୋଗ୍ କରୁଛେ,

ହେଲେ କିଏ କାଣା କରୁଛେ..

ଉପର୍ ବାଲା ସବୁ ଦେଖୁଛେ ..।


ପଖୁନ୍‌ ଗୁଟେ ଗାଡି ସେନ୍ଦୁର୍ ମଖେଇ

ଦେହେରି ସାଜୋବାଜୋ ପିନ୍ଧିଛେ,

ରାଏତ୍‌ ସୁଲଘଡି ଖେଲି ଖୁଡ୍‌ଖୁଡି

ଲାଙ୍ଗ ଛାଟ୍ ହେଇ ପଡିଛେ..

ହେଲେ କିଏ କାଣା କରୁଛେ

ଉପର୍ ବାଲା ସବୁ ଦେଖୁଛେ ।


ମାଆମାଆ ବଲି ମୁଡ୍‌କେ ସୁଆଁଲି

ଅସ୍ କଟ୍ ବିଚାର୍ ମନେ ଭରିଛେ,

ଭାସନ୍‌ ଦେଇକରିଲୋକ୍ କୁ ଭୁତେଇ

ଠକି ଭଣି ପେଟ୍ ପୁସୁଛେ ..

ହେଲେ କିଏ କାଣା କରୁଛେ

ଉପର୍ ବାଲା ସବୁ ଦେଖୁଛେ .. ।


ମାହାଲିଆ ଫୁଲା ଲିଆ ଖୁଏଇକରି

ଅସଲ୍‌ ମୁନୁସ୍ ପନ୍‌କେ ଘିନୁଛେ,

ମୁଖା ପିନ୍ଧିକରି ଜୁଖାଚଟେଇ କରି

କଁଚା ମୁରୁଖ୍ ଥାବ୍ କରୁଛେ...

ତଲର୍ ବର୍ଡାକହୁଛେ ରରରେଉପର୍ 

ବର୍ଡା ତୋର୍ ଦିନ୍‌ କାଲ୍‌ ଅଉଛେ

ଉପର୍ ବାଲା ସବୁ ଦେଖୁଛେ ..।

           

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational