ଗୁରୁବନ୍ଦନା
ଗୁରୁବନ୍ଦନା
ତୁମେ ଆଦ୍ୟଗୁରୁ ତୁମେ ମହାମେରୁ
ଘେନ ମୋର ଏ ପ୍ରଣତି ।
ତୁମେ ବିଦ୍ୟାଗୁରୁ ତୁମେ ଜ୍ଞାନ ଗୁରୁ
ମୁ ଶିଶୁ ଅଜ୍ଞାନ ମତି ।।
ଅନ୍ତରେ ମୋହର ଜାଳିଦିଅ ପ୍ରଭୁ
ତବ ଦିବ୍ୟ ଜ୍ୟୋତି ଶିଖା ।
ଆଲୋକିତ ହେଉ ଏ ଜୀବନ ମୋର
ମାଗୁଛି ମୁ ଏହି ଭିକ୍ଷା ।।
ତୁମରି ସ୍ୱରୂପ ଗୁରୁଙ୍କ ଦେହରେ
ଦେଖୁ ସଦା ମୋ ନୟନ।
ଗୁରୁଙ୍କ ଚରଣ  
; ସେବା ତତ୍ପର
ହେଉ ମୋ କ୍ଷୁଦ୍ର ଜୀବନ।।
ଗୁରୁ ପିତାମାତା ଗୁରୁ ବିଦ୍ୟାଦାତା
ଗୁରୁ ତତ୍ତ୍ୱଜ୍ଞାନ ଦାତା ।
ଗୁରୁଙ୍କ ଆଦେଶ ପାଳିବାକୁ ଶକ୍ତି
ଦିଅ ମୋତେ ବିଶ୍ୱ ପିତା ।।
ସତ୍ୟ ଶାନ୍ତି ପଥେ ନିର୍ଲୋଭ ନିଃସ୍ୱାର୍ଥେ
ହେବି ମୁହିଁ କର୍ମରତ ।
ବିଶ୍ୱ ସେବା ଧର୍ମ ମାନବ କଲ୍ୟାଣ
ହେଉ ମୋ ଜୀବନ ବ୍ରତ ।।