STORYMIRROR

Rituparna Priyadarshini

Abstract Others

4  

Rituparna Priyadarshini

Abstract Others

ପୂଣ୍ଯବାରି

ପୂଣ୍ଯବାରି

1 min
358

ଝିପିଝିପି ତୋର ବାରି ବରଷେ 

ଖିଲି ଖିଲି ଆହା ଶ୍ରାବଣ ହସେ 

କି ମନ ଲୋଭା ସେ ଚାରୁ ଧରିତ୍ରୀ 

ତୃପ୍ତି ଲାଭ ତୋର ସାଧୁପରଶେ ।


ସାଧବ ବୋହୁର ସିନ୍ଦୁରା ଖେଳ 

ପୂରୁବର ରବି ଶୁଭ ସକାଳ 

ତୋର ଆଗମନ ସତେ ପୂଣ୍ଯତୋୟ ସମ

ତୋ ବିହୁନେ ଧରାରେ ମହା ଅକାଳ। 


କ୍ଷେତେ ଚଷା ପୁଅ ଭୁଜର ବୁଣା 

ଶାଗୁଆ ପକ୍ଷୀ ଯେ ଝାଡଇ ଡେଣା 

ଗ୍ରାମଦେବୀ ଆଜି ଉତ୍ସବ ଆସରେ

ପୁରି ଉଠେ ପଲ୍ଲୀ ଘର ଅଗଣା ।


ଜୀମୂତ ସମ୍ଭାରେ ନାଚେ କୁକୁଟ

ଧରଣୀ ମଥାରେ ଶୋଭା ମୂକୁଟ 

ଜୀବଜନ୍ତୁ ଯକ୍ଷ, ବୃକ୍ଷ ନର ଆଦି

ଆନନ୍ଦ ଉଲ୍ଲାସେ କରନ୍ତି ନାଟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract