ଶିଶୁକବିତା
ଶିଶୁକବିତା
ଆମେ ସବୁ ଜହ୍ନ ଆଉ ତାରା
ଆମେ ସବୁ ମୁକୁତା ଓ ହୀରା
ଆମେ ସଭିଏଁ ଏକ ମେଳ
ମିଳିମିଶି ଆମେ କରିବୁ ଖେଳ
ହସି ହସି ଆମେ ହସାଇ ଦେବା ଦୁନିଆଟା ସାରା
ଆମେ ସବୁ ଜହ୍ନ ଆଉ ତାରା ।
ଦୂର ପାହାଡ ସୁନ୍ଦର ଦିଶେ
ଝରଣା ନଈ ସାଗରେ ମିଶେ
ସବୁରି ପାଇଁ ଆମ ଜୀବନ ଅମୃତର ଧାରା
ଆମେ ସବୁ ଜହ୍ନ ଆଉ ତାରା ।
ଆମରି ଶିଶୁ ମନ କୋମଳ
ଆମେ ତ କେବେ ନୋହୁ ଦୁର୍ବଳ
ଦେଶ ସେବାରେ କଟାଇ ଦେବା ଜିବନଟା ସାରା
ଆମେ ସବୁ ଜହ୍ନ ଆଉ ତାରା ।
ଅଳସ ଛାଡି ଲାଗିବା କାମେ
ଗାଇବା ଗୀତ ସତ୍ୟର ନାମେ
ପୁରୁଣା ଛାଡି ଗଢିବା ଆମେ ନୂଆ ଜୀବନ ଧାରା
ଆମେ ସବୁ ଜହ୍ନ ଆଉ ତାରା ।
