STORYMIRROR

Gayatri Sahoo

Children

3  

Gayatri Sahoo

Children

ମୋ ମାଆ

ମୋ ମାଆ

1 min
174

 ଆକାଶ ପରି ମହାନ ଯିଏ 

ଧରିତ୍ରୀ ପରି କଷଣ ସହେ 

ମନ୍ଦ କାର୍ଯ୍ୟରୁ କରେ ନିବୃତ 

ଅଭୟ ଦାତ୍ରୀ ମାଆ ସେ ମୋର ।।


କେଡେ ସୁନ୍ଦର କଥାଟି ତାର 

ସତେକି ମଧୁ ପରି ମଧୁର 

ଦେହ ଅସୁସ୍ଥ ହେଲେ ଆମରି

ଚାହିଁଥାଏ ସେତ ଚାତକ ପରି ।।


ପିଲାଙ୍କ ପାଇଁ କେତେ ଯେ ଦୁଃଖ ସହେ 

ଭୋକ ଉପାସେ ଅଧେ ଦିନ ତାର ଯାଏ 

ଅନ୍ଧାର ଭିତରେ ଆମକୁ ସିଏ 

ସବିତା ପରି ଆଲୋକ ଦିଏ ।।


ଛୋଟରୁ ବଡ଼ ଆମକୁ କରେ 

ସୌମ୍ୟ କିରଣ ଅଜାଡ଼ି ଦିଏ 

ନାରୀ ରୂପେ ସେ ଯେ ମାଆ ଗାୟତ୍ରୀ

ମଧୁର ନାମଟି ତାର ସୁକାନ୍ତି ।।


ମାଆ ଅଟେ ଦୁନିଆରେ ସବୁଠାରୁ ମିଠା 

ଅମୃତ ସମାନ ଅଟେ ତାର ପ୍ରତି କଥା ।।


ହୃଦୟ ତା କୋମଳ ଅଟେ ଫୁଲ ପରି 

ଧରେ ସେ ବସୁମତୀ କିଏ ତାର ସରି ।।


ଚିର ବନ୍ଦନୀୟା ଚିର ପୂଜନୀୟା 

ମମତାମୟୀ ମୋ ମାଆ 

ତା ପରି ମିଳେନି ସାରାଜଗତରେ 

ତ୍ୟାଗର ଗୋଟିଏ ରାହା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children