ମୋ ମାଆ
ମୋ ମାଆ
ଆକାଶ ପରି ମହାନ ଯିଏ
ଧରିତ୍ରୀ ପରି କଷଣ ସହେ
ମନ୍ଦ କାର୍ଯ୍ୟରୁ କରେ ନିବୃତ
ଅଭୟ ଦାତ୍ରୀ ମାଆ ସେ ମୋର ।।
କେଡେ ସୁନ୍ଦର କଥାଟି ତାର
ସତେକି ମଧୁ ପରି ମଧୁର
ଦେହ ଅସୁସ୍ଥ ହେଲେ ଆମରି
ଚାହିଁଥାଏ ସେତ ଚାତକ ପରି ।।
ପିଲାଙ୍କ ପାଇଁ କେତେ ଯେ ଦୁଃଖ ସହେ
ଭୋକ ଉପାସେ ଅଧେ ଦିନ ତାର ଯାଏ
ଅନ୍ଧାର ଭିତରେ ଆମକୁ ସିଏ
ସବିତା ପରି ଆଲୋକ ଦିଏ ।।
ଛୋଟରୁ ବଡ଼ ଆମକୁ କରେ
ସୌମ୍ୟ କିରଣ ଅଜାଡ଼ି ଦିଏ
ନାରୀ ରୂପେ ସେ ଯେ ମାଆ ଗାୟତ୍ରୀ
ମଧୁର ନାମଟି ତାର ସୁକାନ୍ତି ।।
ମାଆ ଅଟେ ଦୁନିଆରେ ସବୁଠାରୁ ମିଠା
ଅମୃତ ସମାନ ଅଟେ ତାର ପ୍ରତି କଥା ।।
ହୃଦୟ ତା କୋମଳ ଅଟେ ଫୁଲ ପରି
ଧର୍ଯ୍ୟ ରେ ସେ ବସୁମତୀ କିଏ ତାର ସରି ।।
ଚିର ବନ୍ଦନୀୟା ଚିର ପୂଜନୀୟା
ମମତାମୟୀ ମୋ ମାଆ
ତା ପରି ମିଳେନି ସାରାଜଗତରେ
ତ୍ୟାଗର ଗୋଟିଏ ରାହା।।