STORYMIRROR

Hemanta Patra

Tragedy Others

3  

Hemanta Patra

Tragedy Others

ଗରିବର ସ୍ୱପ୍ନ

ଗରିବର ସ୍ୱପ୍ନ

1 min
19

ଗରିବ ପେଟରେ ସିନା

ଭୋକର ତାତି

ଆଖି ପଲକରେ ଅଛି

ନିଝୁମ ରାତି

ଗୀତ ଅଛି ମିତ ବି ଅଛି

ପ୍ରେମ ଅଛି ବିଶ୍ୱାସ ଅଛି

ମେଞ୍ଚା ମେଞ୍ଚା ସ୍ୱପ୍ନ ଅଛି ।।

ଆକାଶ ଛୁଇଁବାକୁ

ପାଦ ଚଳ ଚଞ୍ଚଳ

କିନ୍ତୁ ସାଗର ପରି

ଲହଡି ମାରୁଥିବା

ଗରୀବର ସ୍ୱପ୍ନ

ଅଟକି ଯାଏ

ତାର ଚିର ପରିଚିତ

ପଖାଳ କଂସାରେ ।।

ଭୋକିଲା ପେଟ ସୁଖିଲା ଓଠ

ଲୁହଭରା ଆଖିରେ

ସ୍ୱପ୍ନ ସାଉଁଟିବାକୁ ଇଛାକଲେ

ସବୁ ଅସଜଡା ସ୍ୱପ୍ନ

ଖିନଭିନ ହୋଇଯାଏ

ମରୁଡିର ଝାସରେ

ବନ୍ୟାର ଢେଉରେ ।।

ଗରିବର ଜୀବନ

ଦୁଃଖ ଯାତନାର ହିମାଳୟ

ଦୁଃଖର ତୁଷାର

ଯାଏ ତରଳି ହୁଏନି କ୍ଷୟ

ଆଖିର ଲୁହ

ଗଙ୍ଗା ଯମୁନାର ଧାର

ବହିଚାଲେ ନିରନ୍ତର ।।

ଅସଜଡା ସ୍ୱପ୍ନ

ସଜାଡି ନପାରିଲେବି

ମନରେ ନଥାଏ ଅବଶୋଷ

ଲେଖିବସେ ନିତି

ଲୁହର କାଳିରେ

ନିଜର ନୂଆ ପରିଚୟ ।।


Rate this content
Log in

Similar oriya poem from Tragedy