ଗୋମାତା
ଗୋମାତା


ଗୋମାତା ଶରୀରେ ତେତିଶକୋଟି ଦେବତା
ସ୍ବୟଂ ଭଗବାନ ଶିବ ଗାଈ କଣ୍ଠରେ
ସେଥିପାଇଁ ହଜମ କରେ ସମସ୍ତ ଵିଷ
ସନ୍ତାନମାନଙ୍କୁ ଅମୃତ ପ୍ରଦାନ କରେ
ମରିଯାଇପାରେ ଅଧିକ ବିଷ ପ୍ରଭାବରେ
କିନ୍ତୁ ବାହାରକୁ ଛାଡେ ନାହିଁ ବିଷ
ସେଥିପାଇଁ ସିଏ ଅନନ୍ୟ ଜୀବନରେ
ଗୋବର, ଗୋମୂତ୍ର ପୃଥିବୀକୁ କରେ ପବିତ୍ର
ତା ଆକୁଳ ନିବେଦନ କରେ ବର୍ଷା
ଅପ୍ରତ୍ୟକ୍ଷ ଖାଦ୍ୟ ଦିଏ, କରି ମାଟିକୁ ପବିତ୍ର
ଆନନ୍ଦରେ ପୃଥିବୀବାସୀ ହୁଅନ୍ତି ହର୍ଷ
ଗାଈଗୋଠ ଜଣାଏ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ
ଗୋଧୂଳି ଲଗନେ ହୁଅନ୍ତି ମଗନ
ଗାଁ ଝିଅ ବୋହୂ ମାଆ ଓ ପୁଅ ସମସ୍ତ
ଗୋରୁଙ୍କ ଚରଣଧୂଳି ପରିବେଶ କରେ ସୁସ୍ଥ
ମଙ୍ଗଳକାରୀ ଗୋଧୂଳି ଲଗନ ଶୁଭସୂଚକ
ଅପକାରୀ ଜୀବାଣୁ ସଫାପାଇଁ ଗୋବରରେ ଲିପୁ ଅଗଣା
ଗୋବର ସହେ ୬୦ଡିଗ୍ରୀ ତାପମାତ୍ରା
ଗୋବର ସାଇତେ ଭୂତଳ ଜଳ
ଗଛର ମୂଳକୁ କରେ ଆଦ୍ର
ବର୍ଷାପାଣିକୁ ଧରିବାରେ ଚୁମ୍ବକୀୟ ଶକ୍ତି
ଗୋମାତାଠୁ ତ୍ୟାଗୀ ସଂସାରରେ ନାହିଁ
ନିଜ ଛୁଆକ୍ଷୀର ଦାନ କରେ ସୃଷ୍ଟି ମଙ୍ଗଳପାଇଁ
ଭିଟାମିନରେ ଭରପୁର ଏହି କ୍ଷୀର ଖାଇ
ମନୁଷ୍ୟ ସୃଷ୍ଟିକୁ ସୁନ୍ଦର କରି
ଆକୁଳରେ ଚାହିଁ ରହିଥାଏ ବାଛୁରୀ
ସ୍ନେହେ ଚାଟି ଚାଟି ତାକୁ ଦିଏ ସଫା କରି
ଧନ୍ୟ ଗୋମାତା ତୋର ସଂସାରେ ଯାତ୍ରା
ଯେତେ ପ୍ରଣାମ କଲେ କମ୍ କହିବ ବିଧାତା
ତଥାପି ସରେ ନାହିଁ ତୋ ଜୀବନ ଦୁଃଖ
କଂସେଇଖାନାରେ ସରେ ତୋର ବାର୍ଦ୍ଧକ୍ୟ ।