Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Abstract Inspirational

4  

LALIT MOHAN DASH

Abstract Inspirational

ଗଣେଶ ଚତୁର୍ଥୀ

ଗଣେଶ ଚତୁର୍ଥୀ

1 min
367


ପାର୍ବତୀ ନନ୍ଦନ ପ୍ରଭୁ ଗଜାନନ

    ଅଙ୍ଗମଳି ତୁମ ଜାତ

ବିଦ୍ୟାଦାତା ପୁଣି ଶ୍ରୀ ଗଣେଶ ନାମେ

   ଜଗତେ ହେଲ ବିଖ୍ୟାତ ।।


ପିତା ମହେଶ୍ୱର ବୁଦ୍ଧିର ପରୀକ୍ଷା

    ଆୟୋଜନ ରଚିଥିଲେ

ଚାରି ତୀର୍ଥଧାମ ଘୁରି ଆସିବାକୁ

    ଅନୁମତି ପ୍ରକାଶିଲେ ।।


ତୁମେ ବିଦ୍ୟାଦାତା ମୂଷିକ ପୃଷ୍ଠରେ

    ଚତୁର୍ପାଶେ ତାଙ୍କ ବୁଲି

ଚାରି ତୀର୍ଥଧାମ ଶ୍ରୀ ଚରଣେ କହି

    ଜ୍ଞାନ ବାରିଦେଲ ଖୋଲି ।।


ହେ ଗଜାନନ ବିଶ୍ଵ ବନ୍ଦନ ହେ

    ଅଟ ହେ ବିଘ୍ନ ନାଶନ

ତୁମ ଆଶୀର୍ବାଦେ ମୂର୍ଖ ପାଖେ ପୁଣି

    ଭରି ହୁଏ ଦିବ୍ୟଜ୍ଞାନ ।।


ପିତା ଉମାପତି ବୁଦ୍ଧି ତୁମ ଦେଖି

    ଢାଳିଦେଲେ ଆଶୀର୍ବାଦ

ସର୍ବ ପୂଜା ଅଗ୍ରେ ପୂଜିତ ହୋଇଲ

    ଅଗ୍ର ପୂଜ୍ୟ ତୁମେ ନାଥ ।।


ଆହେ ଲମ୍ବୋଦର ଶ୍ରୀ ଚରଣ ତଳେ

    ଏତିକି ମୋହର ଅଳି

କୃପାବାରି ତୁମ ଢାଳିଦିଅ ପ୍ରଭୁ

    ଲେଖୁଥିବି ନାମାବଳି ।।



Rate this content
Log in

Similar oriya poem from Abstract