ଗଙ୍ଗା,ମାତା
ଗଙ୍ଗା,ମାତା
ପ୍ଲାବନ ଭୂମିରେ ପ୍ଲାବିତ ପାଇଁ,
ଧରାବତାରଣ ଗଙ୍ଗା ମାତା
ତ୍ରିବେଣୀ ସଙ୍ଗମେ ମିଳିତ ହୋଇଛି
ସତୀ ସିରୋମଣୀ ପୂଣ୍ୟ ତୋୟା।
ତପସ୍ୟା ବଳରେ ଭାଗ୍ୟ ଭାଗିରଥି ,
ଆଣିଥିଲେ ଗଙ୍ଗା ମାତା,
ଯୁଗେ ଯୁଗେ ଅମର ହେଲେ ଉପାଧିରେ ହୋଇ ପିତା
ଦ୍ଵାପର ଯୁଗରେ ଭୀଷ୍ମ ଙ୍କର ମାତା
ପୂଜା ପାଉଥିଲେ ନିତି,
କଳିଯୁଗେ ପାପୀ ତରିଯାଆନ୍ତି ଦେଖି ତୋର ସନ୍ଧ୍ୟା ଆଳତି। ।
ପ୍ରତି ବିଶୁଦ୍ଧ କୁ ଶୁଦ୍ଧ କରିଥାଏ, ଏହି ଗଙ୍ଗା ଜଳ,ଯେତେ ଗୁଣ ତା'ର ବଖାଣି ବସିଲେ,ସେ
ଶାନ୍ତ,ସ୍ବଭାବ ଆଉ ନିର୍ମଳ।
ପାପ ସବୁ ବୋହି ନେଇଯାଉଅଛି
ପୂଣ୍ୟ କୁ ଧରିଛି ବକ୍ଷରେ,
ତଥାପି କଷ୍ଟ , ଲାଗୁନି ମାତାକୁ
ଏତେ ଅସ୍ତି ବିସର୍ଜନରେ ।
ତୋହରି ଗୁଣରୁ ଟିକିଏ ଦେ ମା
ଆଖି ଛଳ ଛଳ ଲୁହରେ ,
ସଂସାର ଯାକର ପାପ ପୂଣ୍ୟ ସବୁ ବୋହି ନେବି ମୋ ପିଠିରେ। ପୂଣ୍ୟ ତୋୟା ନାମ ପୂଣ୍ୟ ଭରା ତୁହି,
ରହି ଅଛୁ ସବୁ ପାତ୍ର ରେ ,
ଯେଉଁଠି ଛିଞ୍ଚି ଲେ , ଯେଉଁଠି ରଖିଲେ,
ପୂର୍ଣ୍ଣ ହୋଇଥାଏ ସୁବର୍ଣ୍ଣରେ।
ପ୍ରାଣୀର ଶେଷ ସମୟରେ ଆବଶ୍ୟକ ହେଉ ଘଟରେ,
ଥରେ ନେଇଗଲେ,ଶରୀର ଭିତରେ,
ସ୍ଥାନ ପାଇଥାଏ ଯାଇ ସରଗପୁରେ ।
ଜୟ ମା ଗଙ୍ଗା ମାତା,
ପ୍ରାର୍ଥନା, ଆଳତୀ ଗ୍ରହଣ କର ମା,
ପ୍ରାଣୀ ହେଉ ଅବା,ଦେବତା ।
