STORYMIRROR

Geetanjali Prusty

Fantasy

4  

Geetanjali Prusty

Fantasy

ଗିରିକନ୍ୟା

ଗିରିକନ୍ୟା

1 min
258


ନୀଳ ଝରଣା ଉଚ୍ଚ ପାହାଡୁ 

ଆସୁଛି ଝରି ଝରି

ସ୍ୱଚ୍ଛ ଜଳର ସୁନୀଳ ସ୍ରୋତ

ଦେଖାଏ ଶୋଭା ଶିରି

ଦିଶଇ ମନ ଲୋଭା

ଗିରି କନ୍ୟା ସେ ଖଣିଜ ମିଶା

ସେ ପରା ରତ୍ନ ଗର୍ଭା ll


ଆମ ରାଇଜ ଏଇ ଓଡ଼ିଶା

ପାହାଡ଼ ନଈ ଘେରା

କେତେ ଝରଣା ପ୍ରସିଦ୍ଧ ପୁଣି

ପ୍ରପାତ ନାମେ ପରା

ସବୁଜ ଶୋଭା ଘେରା

ବଣଭୋଜିର ପ୍ରିୟ ସ୍ଥାନ ସେ

ଛବି ତା ଅପାସୋରା ll


ସପ୍ତଶଯ୍ୟା କି କପିଳାସ ସେ 

ଅବା ବରେହିପାଣି

ଦେବକୁଣ୍ଡ କି ପ୍ରଧାନପାଟ

ଅପୂର୍ବ ତାର ଠାଣି

ଦେଖି ସୌନ୍ଦର୍ଯ୍ୟ ଝୁଲି 

କର୍ମ ଜଂଜାଳୁ ଦୂରେଇ ଯାଇ

ଘେରାଏ ଯିବା ବୁଲି ll


ଅମୀୟ ଭରା ତାର ସୁଷମା 

ଦେଖାଏ କେତେ ଠାଣି

ଜନ ମନକୁ ମୋହିତ କରେ

ନିଏ ସେ ମନ କିଣି

ଦିବ୍ୟ ସୌନ୍ଦର୍ଯ୍ୟ ତାର

ଧନ୍ୟ ଲୋ ଧନ୍ୟ ଝରଣା ତୋର

ନାହିଁ ତ ପଟାନ୍ତର ll


Rate this content
Log in

Similar oriya poem from Fantasy