STORYMIRROR

Archana Acharya

Comedy

4  

Archana Acharya

Comedy

ଘରଣୀ ଗଲେଣି ଜୁମ୍ବା କ୍ଲାସ

ଘରଣୀ ଗଲେଣି ଜୁମ୍ବା କ୍ଲାସ

1 min
271

ସକାଳୁ ଉଠିଲି ଦାନ୍ତ ସଫା କଲି

କହିଲି ଶୁଣୁଛ ପ୍ରିୟେ, 

ଗରମ ଚା ଟେ ଦିଅ ହେ ବଢାଇ

ବିସ୍କୁଟ ସାଥିରେ ହାଏ ।


ବିଳମ୍ବ ହେବାରୁ ଧାଇଁ ଗଲି ମୁହିଁ

ରୋଷେଇ ଶାଳାର ପାଖ,

ଦେଖିଲି ଘରଣୀ ମିଳୁ ତ ନାହାଁନ୍ତି

ଦିଶୁନାହିଁ ତାଙ୍କ ମୁଖ ।


ଡାକ ପକାଇଲି ଡାର୍ଲିଙ୍ଗ୍ ଡାର୍ଲିଙ୍ଗ୍

ଜବାବ ଦେଲେନି କେହି,

ବିଞ୍ଛଣାରେ ପଡ଼ି ଗଡୁଥିବା ଲୋକ

ସକାଳୁ ଯାଇଛି କାହିଁ ।


କବାଟ ଖୋଲିବା ଶବଦ ଶୁଣିଲି

ଦେଖିଲି ଘରଣୀ ମୋର,

ଝାଳ ନାଳ ହୋଇ ପେଲି ହେଉଛନ୍ତି

ମୋତେ ତ ଲାଗିଲା ଡର।


ପାଣି ଗିଲାସ ଟେ ଧରାଇଲି ନେଇ

କହିଲି ଦି ଢୋକ ପିଅ,

ଏତେ ବଡ଼ ଦଣ୍ଡ ମୋ ପ୍ରାଣପ୍ରିୟାକୁ

କିଏ ଦେଲା ମୋତେ କୁହ ।


ସଁ ସଁ ହେଇ ଘରଣୀ କହିଲେ

ଯାଇଥିଲି ଜୁମ୍ବା କି ଲାସ,

ଆଜିଠୁ ଆରମ୍ଭ ମୋର ଡ଼ିଆ ଯୋଗ

ଏଇ ନିଅ ତମ ଗିଲାସ ।


ଆ,କରି ଚାହିଁ ପଚାରିଲି ବାରେ

ଲାଭ ହେବ କିସ ଆମର ,

ତମ ତମ ହୋଇ ଘରିଣୀ କହିଲେ

ହେବି ମୁଁ ସିଲିମି ସୁନ୍ଦର । 


ପାଞ୍ଚ ହଜାରେ ଟଙ୍କା ମୁଁ ଦେଇଛି

ତୁମ ପକେଟରୁ ନେଇ ,

ରାତି ବାରଟାରେ ଘଡ଼ଘଡ ଡାକି

ପଡ଼ିଥିଲ ଯେବେ ଶୋଇ ।


ହାଏରେ ଦଇବ କି ଦିନ ଦେଖିଲି

ମନ କାନ୍ଦେ କଇଁ କଇଁ ,

ଘର କାମ ଛାଡ଼ି ଘରଣୀ ଯାଉଛି

ପତଳା ହୋଇବା ପାଇଁ।


Rate this content
Log in

Similar oriya poem from Comedy