STORYMIRROR

ବି. ନିରୁପମା

Action Inspirational Children

4  

ବି. ନିରୁପମା

Action Inspirational Children

ଘଡ଼ିଏ ଏଠି ରହ

ଘଡ଼ିଏ ଏଠି ରହ

1 min
311


ହେଇରେ ହେଇ ଟିକି ଚଢ଼େଇ

ଉଡ଼ି ଯାଉଛି ଫୁଉର୍ ,

ତାହାକୁ ଚାହିଁ ମାମୁନି ଡେଇଁ

ହସି ଦେଉଛି କୁଉର୍ ।


ଝିଅଟି ସେ ତ ଚୁଳୁରୁବୁଲୁ,

କଥା କହୁଛି ଗୁଲୁରୁଗୁଲୁ 

"ଟିକି ଚଢ଼େଇ ଆ';

ମୁଁ ଖାଉଛି ନଡ଼ିଆକୋରା 

ନେ ତୁ ବି ଖା' ।


ତରତରରେ ଯାଉଛୁ କେଣେ,

ତୋ ମାଆ କି ଡାକୁଛି ତେଣେ !

ସତ କଥାଟି କହ;

ନୋହିଲେ ଦୁହେଁ ଖେଳିବା ମିଶି

ଘଡ଼ିଏ ଏଠି ରହ ।"



Rate this content
Log in

Similar oriya poem from Action