STORYMIRROR

Samita Swain

Fantasy Others

3  

Samita Swain

Fantasy Others

ଏତେ ନିରିମମ କାହିଁ ତୁ ଗ୍ରୀଷମ

ଏତେ ନିରିମମ କାହିଁ ତୁ ଗ୍ରୀଷମ

1 min
233

ଦାରୁଣ ନିଦାଘ ଏତେ ତୁ ନିଷ୍ଠୁର

କେଡେ ନିିିରିମମ ସତେ

ପ୍ରଚଣ୍ଡ ରୌଦ୍ରରେ ଜାଳି ପୋଡିିିଦେଉ

ମନର ବନାନୀ ଯେତେ।।


ଜଳୁୁୁଛୁ ଜାଳୁଛୁ ଜୀଅନ୍ତା ଶବକୁ

ଅସ୍ଥିର ତୋ ଉତ୍ତାପରେ 

ଅସହାୟତାର ଅବାଧ୍ଯ ପଣରେ

ଅଧାବାଟେ ଅକାଳରେ।।


ଅସନ୍ତୋଷ ମନେ ଅୟୂତ ସେ ସ୍ବପ୍ନ  

ଘୁଣଖିଆ ହୋଇଯାଏ

ବାରୁଦ ଗଦାରେ ଶୋଇ ଦିନଯାଏ 

ପ୍ରତିବାଦ ନ ଜଣାଏ ।।


ଅତୃୃପ୍ତ ଜିଜ୍ଞାସା ଅର୍ଦ୍ଧଦଗ୍ଧ ଇଛା 

ଶୂନ୍ୟତାକୁ ଚାହିଁଥାଏ 

ବେଳବୁଡିିିିଯାଏ ଥକିିପଡେ ଶ୍ବାସ 

ନିଃଶବ୍ଦରେ ହାରିଯାଏ।।


କି ଲାଭ ପାଉ ତୁ' ଦାରୁଣ ନିଦାଘ 

ଫଗୁୁଣ କୁ ଜାଳିଦେଇ 

ସଦ୍ଯଫୁଟା ଫୁଲେ ନିଆଁ ତୁ ଲଗାଉ

ଅଗ୍ନିର ସ୍ଫୁଲିଙ୍ଗ ହୋଇ।।


ପଞ୍ଜୁରୀରେ ଏବେ ବନ୍ଦୀ ଏ ଚଇତ

ବିଷାଦର ବେଦନା ରେ

ଲୁହର ନଈରେ ପହରୁୁୁଛି ନିତି

ନିଷ୍ଠୁର ଏ ନିଦାଘରେ।।


ଆଶା ବୈତରଣୀ ଶୁଖି ତ ଗଲାଣି 

ଗ୍ରୀଷମ ର ବିଷମରେ 

ଭଟ୍ଟା ପଡିିିଲାଣି ଆୟୂଷ ଝରରେ

ଜୀବନ ର ଯମୁନାରେେ।।


ଲୁହର ଓଜନ ଭାରି ଲାଗିଲାଣି

ଅବାଧ୍ଯ ସମୟ ଏଠି

ସନ୍ତାପିିତ ମନ ଅସ୍ଥିର ହୃଦୟ

ନିତି ହୁଏ ଛାଟିିିପିଟି।।


ନିଦାଘ ତୁ କାହିଁ ଏଡେ ନିରିମମ 

ଜହ୍ନ ରେ ଲଗାଉ ନିଆଁ 

ପଲକେ ପଲକେ ତୀବ୍ର ଅନଳରେ 

ଜାଳୁ ତୁ ସାରା ଦୁନିଆଁ ।।


କେବେ କେବେ ପୁଣି ଅଟ୍ଟହାସ୍ୟ କରୁ

କାଳ ବଇଶାଖୀ ହୋଇ 

ତାଣ୍ଡବ ରଚଉ ଅମାନିଆ ମନେ

ପ୍ରଳୟ ର ରୂପନେଇ।।


    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy