STORYMIRROR

Ajaya Mahala

Thriller

3  

Ajaya Mahala

Thriller

ଏତେ ଜ୍ଞାନ ନାହିଁ ମୋର

ଏତେ ଜ୍ଞାନ ନାହିଁ ମୋର

1 min
164

ସବୁ କାମ କରି ଦିଏ ସିନା 

ଏତେ ଜ୍ଞାନ କାହିଁ ମୋର ?

ମୁଁ କି ଜାଣେ ତୁମ ଏ ଦୁନିଆଁ କଥା 

ତୁମ ଘରେ ପାଦ ଦେବାରେ 

ତୁମ ଘରୁ ଗୋଡ କାଢ଼ିବା ବେଳେ

ତୁମ ମୁହଁକୁ ଦେଖେ

ତୁମ ଖୁସି ମୁହଁ 

ଅବା ତୁମ ରାଗରେ ଫୁଲି ଯାଇଥିବା ମୁହଁ

ମୋ ଜୀବନର ପାଣିପାଗ 

ନିୟନ୍ତ୍ରିତ କରେ ।


ମୁଁ ଜାଣେ ନା ତୁମ ଦରମା 

ତୁମ ରୋଜଗାର

ତୁମେ କାହାକୁ ଦିଅ 

କାହାଠୁଁ ଉଧାର କର 

କେଉଁ ଲୋକ ସଙ୍ଗେ ବସ ଅବା ଉଠ 

ମୁଁ ରାନ୍ଧେ, ମୁଁ ଲୁଗା କାଚେ

ମୁଁ ଆଚାର କରେ, ବଡ଼ି ପାରେ

ତୁମକୁ ପେଟ ପୂରା ଖୁଏଇ 

ଭଲ ଖଣ୍ଡେ ପିନ୍ଧେଇ 

ବାହାରକୁ ଛାଡିବାରେ 

ମୁଁ ମୋ ପ୍ରତିଦିନର ସଫଳତା ମାପେ ।


ତୁମ ଚରିତ୍ରକୁ ସନ୍ଦେହ 

କରିବାର ପାପ ମୁଁ କରେନା 

ତୁମ ପକେଟରେ ପଇସା ଯେମିତି ଥାଏ 

ସେମିତି ରଖିଦିଏ 

କାଗଜ ପତ୍ରରେ ହାତ ଲଗାଏନା

ତୁମେ କହିଲା ବେଳେ 

ବଡ଼ ପାଟି କରି କହେନା ।

ତୁମେ ନିଦରୁ ଉଠିଲେ 

ଚାଆ କରି ରଖି ଦିଏ

କର୍ମକୁ ଶ୍ରମ ନୁହେଁ, ସେବା ଭାବେ ।


ଜାଣିଛି ମୋର ଏ ସେବାର 

ମୂଲ୍ୟ ତମେ ଦିନେ ଦେବ

ବିଶ୍ୱାସ ରଖେ ତୁମେ ହିଁ ମତେ 

ମୋରି ହାତରେ ସଫା କରିଥିବା ଲୁଗା ପିନ୍ଧି

ମତେ କାନ୍ଧରେ ବୋହି ନେବ

ଏତିକି ଚିନ୍ତା ମତେ ଖାଇ ଯାଏ

ମୁଁ ନ ଥିଲେ ମୋ କାମ

କିଏ ବା କରିବ ?


ସତରେ ବିଶ୍ୱାସ କର

ଏତେ ବୁଦ୍ଧି ନାହିଁ ମୋର

ମାଗେନା ବି ଏତେ ଜ୍ଞାନ ମୋ ଦିଅଁକୁ

ଯାହା ମୋ 

ଅଜାଣତରେ, 

ଅସାବଧାନତାରେ 

ଅବା ଭୁଲରେ 

କେବେ ତୁମକୁ ବି ଅତିକ୍ରମ କରିଯିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller