ଏପର୍ଯ୍ୟନ୍ତ କିଛି ଲେଖି ନାହିଁ
ଏପର୍ଯ୍ୟନ୍ତ କିଛି ଲେଖି ନାହିଁ
ସ୍ମୃତିର ଧାରେ ଲେଖିବାକୁ କିଛି
ଧରି ଅଛି ମୋ କଲମକୁ,
ଏପର୍ଯ୍ୟନ୍ତ କିଛି ଲେଖି ନାହିଁ
ରୋକି ଦେଲି ଦେଖି ତୁମ ଅଶ୍ରୁଭିଜା ନୟନକୁ ।
ତୁମ ଅଶ୍ରୁ ଦେଖି ସହି ପାରେନି କାହିଁକି କେଜାଣି
ତୁମ ହସ ଭାରି ଭଲ ଲାଗେ,
ଭୁଲାଇ ଦିଏ ସବୁ
ଲେଖିବାର କାହାଣୀ ।
ତୁମ ମୌନ ମୁଁହ
ମୋତେ ବିବ୍ରତ କରି,
ମୁଁ ଗୋଟେ ସ୍ଥାନେ ବସିଯାଏ
ଜଡ ମୂର୍ତ୍ତି ଟିଏ ପରି ।
ତୁମଠୁ ଦୂରରେ ରହି
ଲେଖିବାକୁ ଚେଷ୍ଟା କଲି,
କିନ୍ତୁ, ଚକ୍ଷୁର ଲୋତକରେ
କାଗଜକୁ ଓଦା କରିଦେଲି ।
ତୁମେ କୁହ ସତରେ କିପରି ଲେଖିବି?
ସେହି ସମସ୍ତ ସ୍ମୃତି,
ସଦାବେଳେ ମୋ ଆଖିରେ ନାଚେ
ତୁମର ସେହି ପ୍ରତି ମୂର୍ତ୍ତି ।
ସ୍ମୃତିର ଧାରେ ଧାରେ ଲେଖି ପାରିଲିନି
ସେହି କାହାଣୀକୁ,
ଶବ୍ଦ ହିଁ ପାଇଲିନି ଲେଖିବା ପାଇଁ
କ୍ଷୁଦ୍ର ଅନୁଭୂତିକୁ ।
