ମୋ ଭାବନା
ମୋ ଭାବନା
ମୁଁ କ'ଣ ଏପରି ଗୋଟିଏ ଝିଅ
ନା ମୋର ଇଚ୍ଛା ଅଛି'
ନା ମୋର ସଦିଚ୍ଛା ଅଛି
ଖାଲି ବଞ୍ଚିଛି ଆଉ ବଞ୍ଚିଛି ।
ମୁଁ କ'ଣ ଏପରି ଏକ ଝିଅ
ନା ମୋର ଖୁସି ଅଛି ,
ନା ମୋର ଦୁଃଖ ଅଛି
ଖାଲି ଜୀବନ ବିତୁଛି ।
ମୁୁଁ କ'ଣ ଏପରି ଏକ ଝିଅ
ନା ମୁଁ କାହାକୁ ଖୁସି ଦେଉଛି,
ନା କିଏ ମୋ ପାଇଁ ଖୁସି ପାଉଛି
ଖାଲି ଚେଷ୍ଟା କରି ଚାଲିଛି ।
ମୁଁ କ'ଣ ଏପରି ଗୋଟେ ଝିଅ
ନା ଫୁଲ ଭଳି ସତେଜ ରହୁଛି,
ନା ଫୁଲ ଭଳି ମଉଳୁଛି
ଖାଲି କୁସୁମଟିଏ ହୋଇ ଫୁଟିଛି ।
