STORYMIRROR

sarita sahoo

Fantasy Children

3  

sarita sahoo

Fantasy Children

ମୁଁ ଛୋଟ ଝିଅ ଟିଏ

ମୁଁ ଛୋଟ ଝିଅ ଟିଏ

1 min
181


ମୁଁ ଆମ ଘର ଅଗଣାର ଟିକି ଫୁଲଟିଏ

ମୋତେ ଦେଖି ଦେଖି ଦିନ କଟିଯାଏ,

ବାପା ବୋଉଙ୍କର ମୁଁ ଅଳଙ୍କାରଟିଏ 

ଟିକେ ଫୁଲେଇ ମୁଁ ଅଭିମାନୀଟିଏ ।


ମୋ ବିନା ଏ ଅଗଣା ଲାଗେ ଫିକା ଫିକା

ମୁଁ ହିଁ ଏ ଘରର ଲକ୍ଷ୍ମୀ ପ୍ରତିମା,

ମୁଁ ହସିଲେ ଆମ ଏ ଘର ଅଗଣା ହସେ

ମୁଁ ଋଷିଲେ ଅଗଣା ଲୁହରେ ଭାସେ ।


ଭାଇ ମାନଙ୍କର ମୁଁ ସୁନା କଣ୍ଢେଇ ଟିଏ

ନିଜେ ଦୁଃଖରେ ରହି ମତେ ଦିଅନ୍ତି ଅନେକ ଖୁସି ,

ସବୁ କଷ୍ଟ ଯନ୍ତ୍ରଣାକୁ ନିଜ ଛାତିରେ ରଖି 

ମୋ ଚଲା ପଥରେ ଦିଅନ୍ତି ଫୁଲ ବିଛେଇ ।

  


Rate this content
Log in

Similar oriya poem from Fantasy