ଆଖି
ଆଖି
ଚାହାଣୀ ନୁହେଁ କାହାଣୀ ସିଏ
କେତେ ଯେ କଥା କୁହେ
ଆଖିରୁ ମୋ ନିଦ ଚୋରାଏ
କେତେ ଯେ ସ୍ୱପ୍ନ ଦିଏ ।
ଆଖିକି ବା କୋଉ ଭରଷା କହୁନ
କେବେ କାନ୍ଦ କେବେ ହସ
କେବେ ପୁଣି କାହା ଉପରେ ସନ୍ଦେହ
କେବେ ବା ବେଶି ବିଶ୍ଵାସ ।
କେବେ ସେ କାହାକୁ ପ୍ରେମ ନିବେଦନ
କେବେ କରେ ପୁଣି କ୍ରୋଧ
ଆଖିରେ ଆଖିରେ ସବୁଥାଏ ପୁଣି
ଆଖି ଥାଇ କିଏ ଅନ୍ଧ ।
କେବେ ଯାଏ ଲାଖି ସୁନ୍ଦରତା ପାଶେ
ଫେରାଏ କେବେ ନିଜର
ଆଖି ବୁଜିଦେଲେ କଳା ଅବା ଗୋରା
ସବୁ ତ ଦିଶେ ଅନ୍ଧାର ।
