ଅନୁତାପ
ଅନୁତାପ
ଜୀବନ ରେ ଘଟେ ଏମିତି ଘଟଣା
ଘଟଣା ନୁହେଁ ସେ, ଜୀବନ ଆଇନା,
ଫେରି ଚାହିଁ ଦେଲେ ମିଳଇ ଯନ୍ତ୍ରଣା
ନିଦ ହୁଏ ନାହିଁ ରାତିସାରା ସିନା ।
ଜ୍ଞାତରେ ହେଉ କି ଅଜ୍ଞାତରେ ହେଉ
ଭୁଲ ଯଦି ହୋଇଯାଏ,
ସେହି ଭୁଲ ଯଦି ସୁଧାରି ନପାରେ
ଅନୁତାପ ସୃଷ୍ଟି ହୁଏ ।
ସମୟ ସରିଲେ ଅନୁତାପ କଲେ
ଲାଭ କିଛି ହୁଏ ନାହିଁ,
ସମୟଟି ଆମ ମୂଲ୍ୟବାନ ଅଟେ
ହେବନି ତାକୁ ଏଡାଇ ।
ବିରତି ନିଏ ନାହିଁ ସମୟର ଗତି
ଛାଡିଯାଏ କିଛି ସ୍ମୃତି,
ଥରେ ଚାଲିଗଲେ ଆସେ ନାହିଁ କେବେ
ସ୍ୱର୍ଣ୍ଣ ଅବସର ତାତି ।
କାହା ଭୁଲ ପାଇଁ ସମ୍ପର୍କ ଭାଙ୍ଗିଲେ
ମନଟା ଆଘାତ ପାଏ,
ସେହି ସମ୍ପର୍କଟା ଯୋଡ଼ି ନ ପାରିଲେ
ଅନୁତାପ ରୂପ ନିଏ ।
ଅନୁତାପ ନୁହେଁ ଶେଷ ପନ୍ଥା ଆମ
ଆଶା ବି ଆଲୋକ ଦେବ,
ପ୍ରାୟଶ୍ଚିତ କରି ଆଗକୁ ବଢ଼ିଲେ
ଅନୁତାପ ଶେଷ ହେବ ।
