STORYMIRROR

sarita sahoo

Romance Others

3  

sarita sahoo

Romance Others

ଦେଖା ହେଲେ କେବେ କହିବି ସେକଥା

ଦେଖା ହେଲେ କେବେ କହିବି ସେକଥା

1 min
186

ମୋ ହୃଦୟରେ ଥିବା ପ୍ରେମ ଭରା ପ୍ରୀତି

ଆଜି ମନେ ପଡ଼େ ତୁମ ପାଇଁ

ଦିନ ପରେ ଦିନ କରିଲେ ଗମନ,

ଚାହିଁ ଚାହିଁ ବିତି ଗଲା କେତେ ମାସ ବରଷ

ଆଜି ବି ପୁରୁଣା ଦିନ ମନେ ପକାଏ ଏ ମନ ।


ତୁମ ସହିତ ବିତେଇ ଥିବା କିଛି ମୁହୂର୍ତ୍ତ

ସେହି ସମୟ ଥିଲା ଘନିଷ୍ଠ ବନ୍ଧୁତ୍ୱ

ଏକ ଉକୃଷ୍ଟ ଉଦାହରଣ,

କଷ୍ଟ ହୁଏ ସିନା ସେ ସମୟ ଫେରି ଆସେ ନାହିଁ

ସେହି ମୁହୂର୍ତ୍ତ ସର୍ବଦା ରହିବ ସ୍ମରଣ ।


ଚାହୁଁ ଚାହୁଁ ସବୁ ବିତି ଗଲା

ପୁଣି କେବେ ମିଶିବ ଆମ ପଥ,

କେତେ ଯେ କଥା ସାଇତି ରଖିଛି ହୃଦୟ ଭିତରେ

ଦେଖା ହେବ ଯେବେ ଦୂରାଇ ଦେବ ନାହିଁ

ବୋଲି କରାଇବି ଶପଥ ।


ପ୍ରତିମୁହୁର୍ତ୍ତରେ ଆଖିରେ ନାଚୁଛି

ସେହି ଅଭୁଲା ଦିନ,

କେତେ ମିଠା ଥିଲା ଅତୀତ ସମୟ

ଭାବି ଭାବି କାନ୍ଦେ ଏ ମନ ।


ଆଖିରେ ପଲକ ପଡ଼େ ଯେତେ ଥର

ମୋ ହୃଦୟ ଝୁରେ ସେତିକି ଥର,

ଅବୁଝା ଏଇ ହୃଦୟ ବୁଝେ ନାହିଁ ଜମା

ପ୍ରତିମୁହୁର୍ତ୍ତ ଖୋଜୁଛି ତୁମକୁ ପରା ।


ସବୁ ବାସ୍ତବତା ସ୍ବପ୍ନ ହୋଇ ଏବେ

ଜଳେଇ ମରୁଛି ମୋତେ,

ତୁମଠୁଁ ଦୁରେଇ ରହିବି ଭାବିଲେ

ସ୍ଵପ୍ନରେ ଆସୁଛ ସେତେ ।


ଭାବି ଭାବି ମୋତେ ନିଦ ତ ଆସେନି

ପାଠ ପଢା କଥା ଭୁଲି ମୁଁ ଗଲିଣି,

ଆସନି ଆସନି ତୁମେ ମୋ ସପନେ

ପାଠ ପଢା ସରୁ ଭାବିବି ମୁଁ ଦିନେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance