STORYMIRROR

sarita sahoo

Others

3  

sarita sahoo

Others

ତୁମେ କିଏ ?

ତୁମେ କିଏ ?

1 min
160


ତୁମେ ଅମାନିଆ ଅଜଣା ସ୍ଵପ୍ନଟେ

ଦେଖିବାକୁ ଖୋଜେ ରାତି,

ଦିନ ଆଲୁଅରେ ଦେଖିନି ଥରଟେ

ଲୁଚିଯାଅ ଦେଇ ପ୍ରୀତି ।


ଯେବେ ଭାବିଦେଲି ପାଇଦେଲି ବୋଲି

ପର କରିଦିଅ ମୋତେ,

ଅନ୍ଧାର ଜୀବନେ ସାଜିଛ ଦୀପଟେ 

ସତ ଦେଖିନାହିଁ ନେତେ ।


କେମିତି ବୁଝିବ ହଜିବା ମନ

ହଜିଛି ଦେଖିବା ଦିନୁ,

ସତରେ ଦେଖିଲି ଅବା ସପନ

ଭିଜୁଛି ତୁମରି ବିନୁ ।


ଜାଣିଛି ଲୁଚିଛ, ପ୍ରେମିକ ସାଜି

ସପନେ ଆସୁଛ ନିଜେ,

କାହାକୁ ଡରୁଛ, ଯାଉଛ ହଜି

ମୁଁ ଅଜଣା ପ୍ରେମିକା ସାଜେ ।


Rate this content
Log in