STORYMIRROR

sarita sahoo

Fantasy Inspirational

4  

sarita sahoo

Fantasy Inspirational

ଭାବ ରଙ୍ଗ ମଞ୍ଚେ ନାୟକ ତୁମେ*

ଭାବ ରଙ୍ଗ ମଞ୍ଚେ ନାୟକ ତୁମେ*

1 min
343


               

ଭାବ ରଙ୍ଗ ମଞ୍ଚେ ନାୟକ ତୁମେ

ନାହିଁ ମୋର ଡର ନାହିଁ ମୋର ଭୟ,

ସମସ୍ତଙ୍କ ମୁଖେ ପ୍ରଭୁ ଖୁସି ବର୍ଷି ଦିଅ 

ହୃଦୟରୁ କାଢ଼ି ଡର ଭୟ ।


ଜୀବନ ଗୋଟେ ରଙ୍ଗ ମଞ୍ଚ ସଦା

ଚାଲିଥାଏ ଏଠି ଅଭିନୟ,

କେ ନୁହେଁ କାହାର ଭାବ ବନ୍ଧୁ ଏଠି

ବଦଳେ କ୍ଷଣକ ପରିଚୟ ।


ଆଜି ଯେ ମରୁଛି ଭୋକ ଉପାସରେ

କାଲି ସିଏ ହୁଏ ସୌଦାଗର,

ଦୟା ପ୍ରତିଦାନ ଦଣ୍ଡ ମିଳେ ଏଠି

ଦୁନିଆଟା ଭାରି ସ୍ୱାର୍ଥପର ।


ଦୁଃଖର ସମୟେ ସାଥୀ ନୁହେଁ କେହି

ସୁଖ ବେଳେ ସବୁ ଆପଣାର,

ହସ ବେଳେ ସବୁ ହସୁଥିବେ ସାଥେ

କାନ୍ଦିଲା ବେଳକୁ ସବୁ ପର ।


ଅଗକୁ ଯିବାର ଇଚ୍ଛା ଯଦି ଅଛି

ଜୀବନ ପଥକୁ କର ଭିନ୍ନ,

ମୋହ ମାୟା ସବୁ ଦୂର କରିଦିଅ

ବନ୍ଧନକୁ ସବୁ କର ଛିନ୍ନ ।


ଅତୀତକୁ କେବେ ଭୁଲି ନାହିଁ

କରି ନାହିଁ ପଥ ଭ୍ରଷ୍ଟ ,

ଦୁଃଖର ଦିନରେ ଭାଙ୍ଗିପଡି ନାହିଁ

ଭବିଷ୍ୟତ କରି ନାହିଁ ନଷ୍ଟ ।


ଜୀବନର ଏହା ଅତିପ୍ରିୟ ସତ ଯେ

ଶୀଘ୍ର ବୁଝିବାକୁ କର ଚେଷ୍ଟା,

ନିଜେ ନବୁଝିଲେ ଅବୁଝା ହୋଇଲେ

କେହି ହେବେ ନାହିଁ ମୋ ଉପଦେଷ୍ଟ ।


ତୁମେ ଯଦି ମୋତେ ଭାବରେ ବାନ୍ଧିବ

ମାୟରୁ ମୁଁ ତରିଯିବି,

ତୁମେ ଯଦି ମୋତେ ସାହା ହୋଇଥିବ

ସବୁ ଚିନ୍ତାକୁ ଛାଡ଼ିବି ।



Rate this content
Log in

Similar oriya poem from Fantasy