ଅକୁହା କଥା
ଅକୁହା କଥା
ହଁ ମୁଁ ମାନୁଛି ଶଦ୍ଦ ଜ୍ଞାନ ନାହିଁ
ଶବ୍ଦ କୋଷ ବି ଧରେନି ଖୋଜିନି
କିନ୍ତୁ ଅବୁଝା ମନ ମୋର ମାନେନି
ହଁ ତମ ଭଳି ମୁଁ ଶବ୍ଦ ସବୁ ଖଞ୍ଜି ପାରୁନି ।
କବିତା ତୁମେ କହିଦିଏ ସବୁ ଅକୁହା କଥା
ବୁଝିନିଅ ସବୁ ଅନ୍ତରର ବ୍ୟଥା
ଅବୁଝା ମନକୁ ଦିଅ ତୁମେ ସାନ୍ତ୍ଵନା
ଭାରି ଦିଅ କେତେ ଆଶା ଉଦ୍ଦୀପନା ।
କବିତା ତୁମେ ହୃଦୟର ଯନ୍ତ୍ରଣା
ତୁମେ କରିପାର ପରକୁ ବି ଆପଣା
କରିଥାଅ ତୁମେ ପ୍ରକୃତିର ବର୍ଣ୍ଣନା
କେବେ ଢାଳି ଦିଅ ଜହ୍ନର ଜୋଛନା ।
କବିତା ତୁମେ ପ୍ରକୃତିକୁ କର ଜୀବନ୍ତ
ହୃଦେ ମନ୍ଦିରେ ସଦା ପବିତ୍ର
ଯୁଗେ ଯୁଗେ ତୁମେ ଚିର ବନ୍ଦିତ
ତୁମ ରସ ଅବା ସତେ ଅବା ଅମୃତ ।
କବିତା ତୁମେ ସାଜି ପାର କେବେ ଆଇନା
ବ୍ୟକ୍ତ କରିଦିଅ ମନର ଭାବନା
ତୁମେ ବଦଳାଇ ଦିଅ ଚିନ୍ତନର ଧାରା
ସବୁ ମାନ ଅଭିମାନ ଅପମାନ ।
