STORYMIRROR

Debadatta Pradhan

Fantasy

3  

Debadatta Pradhan

Fantasy

ଏମିତି ଏକ କଳାକାର

ଏମିତି ଏକ କଳାକାର

1 min
128

ଏମିତି ଏ କଳାକାର କେମିତି ବାସେ

ଭୋକର ଗରଳ ପିଇ ଛାତିରେ ପଥର ଲଦି

 ଦର୍ଶକ ଦର୍ଶନେ ଓଠରେ ହସେ

ପଙ୍କରୁ ଜନମ ପଙ୍କଜ ତା,ନାମ

         ହୋମଅଗ୍ନି କୁଣ୍ଡେ ପଡଇ ତକ୍ଷଣ

ଦାରିଦ୍ର୍ୟ ପସରା ନୁହେଁ ବେସାହାରା

         ଠିକଣା ନାହିଁ ତା,ସାଜସଜା ଭରା

କେତେବେଳେ ପ୍ରଭୁପଦେ କେତେବେଳେ ହସିକାନ୍ଦେ

କେତେଦୂରେ ଚାନ୍ଦ ହାତରେ ଖସେ।


              ଅକୁହା ବେଦନା ଦେଖାଏ ରଦନା

ମରଣର ପୁରେ କେତେ ବନ୍ଦାପନା

              ତାଳିଗାଳି ସବୁ ଦେହେ ହୁଏ ବୋଳି

ଜଞ୍ଜାଳ ଜଞ୍ଜୀର ଦିଏ ସେ ହୁଗାଳି

ଧର୍ମ ତାର ସମର୍ପଣ କର୍ମତାର ଆଚରଣ 

       ଉଚ୍ଚାରଣ କରି ଜଗତ ଚଷେ।


ଚନ୍ଦ୍ରଠୁ ଶୀତଳ ବାରତା ତାହାର

            ଚାତୁରୀ ପଣରେ ମୋହିତ ସଂସାର

ଦୁଃଖ ତା ପ୍ରସାଦ ବିଚ୍ଛେଦ ପ୍ରସିଦ୍ଧ

            ସୁଖଟି ବାହାବା ସ୍ବାଧିନ ତା,ସ୍ବାଦ

କେତେବେଳେ ପରଦେଶୀ କେତେବେଳେ ବାରମାସୀ

        ସବୁବେଳେ ସେହି ,ନିଜକୁ ଝାସେ ।        


Rate this content
Log in

Similar oriya poem from Fantasy